ଚିନ୍ତା ରେ ଖାଉଟି ଆକାଶ ଛୁଆଁ ପରିବା ଦର

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବଜାର ରେ ଏବେ ଦେଖିବାକୁ ମିଳୁଛି ଆକାଶଛୁଆଁ ପରିବା ଦର ଖାଉଟି ହନ୍ତସନ୍ତ । ସବୁ ପ୍ରକାର ପରିବା କିଲ ପିଛା ୫୦ ଟଙ୍କାରୁ ଅଧିକ ରହିଛି । ପୋଟଳ ୮୦ କୁ ଟମାଟ ୫୦ । କଲରା, ବାଇଗଣ, ଭେଣ୍ଡି, ପତ୍ର ଓ ଫୁଲ କବି, ଜନ୍ନି, ଗାଜର ଗଣ୍ଠି କବି ଏଭଳି ବିଭିନ୍ନ ପ୍ରକାର ପରିବା ଆଉ ୫୦ ଟଙ୍କା ତଳକୁ ମିଳିବାର ନାହିଁ ସବୁ ଅର୍ଦ୍ଧ ଶତକ ପାର ଯାହାକୁ ନେଇ ଚିନ୍ତାରେ ଖାଉଟି । ଚୁଲି ମୁଣ୍ଡରୁ ଉଭାନ ହୋଇ ଯାଇଛି ପରିବା । ଗରିବ ପରିବାର କୁ ଡରାଉଛି ପରିବା ଦର । ଦୀର୍ଘ ମାସ ହେଲାଣି ଏଭଳି ଦରଦାମ ବଢ଼ିକି ରହିଛି କମିବାର ନା ନେଉ ନାହିଁ । ପରିବା ଆଣି ବ୍ୟବସାୟ କରିବାକୁ ବେପାରୀ ମାନେ ମଧ୍ୟ ଡ଼ରି ଯାଉଛନ୍ତି । ବର୍ଦ୍ଧିତ ଦର ରେ ପରିବା ଆଣି ଖାଉଟି କୁ ବିକ୍ରି କରିବା ଅସମ୍ଭବ ହେଉଛି । ପ୍ରାୟ ପରିବା ସରୁ ନ ଥିବା ବେଳେ ଏହା ନଷ୍ଟ ମଧ୍ୟ ହୋଇ ଯାଉଛି ବୋଲି ଦୋକାନୀ କହୁ ଥିବା ଶୁଣିବାକୁ ମିଳୁଛି । ତେଣୁ ସରକାର ଏ ଦିଗରେ ସୃଷ୍ଟି ଆକର୍ଷଣ ହୋଇ ଦର ଉପରେ ନିୟନ୍ତ୍ରଣ ରଖିଲେ ସଧାରଣ ଗରିବ ଖଟିଖିଆ ଲୋକେ ପରିବା ରେ ତିଆରି ତରକାରୀ ଖାଇପରିବେ ।

କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *