ଧର୍ମଶାଳାରେ ଛିଡ଼ୁଚି ବିରୋଧୀଙ୍କ ଶିବିର
ଧର୍ମଶାଳାରେ ଛିଡ଼ୁଚି ବିରୋଧୀଙ୍କ ଶିବିର।ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ବିଧାୟକ ପ୍ରଣବ ବଳବନ୍ତ ରାୟ ଙ୍କ କାର୍ଯ୍ୟା ଶୈଳୀ ଉପରେ ଭରସା କରି ଆଜି ୧୦୦ ରୁ ଉର୍ଦ୍ଧ୍ବ ବିଜେପି କାର୍ଯ୍ୟାକର୍ତ୍ତା ଧର୍ମଶାଳା ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ପ୍ରଣବ ବଳବନ୍ତ ରାୟ ଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି। ସାମିଲ ହେଲା ପରେ ବିଜେପି କାର୍ଯକର୍ତ୍ତା ମାନେ ଖୁସି ପ୍ରକାଶ କରିବା ସହିତ ଧର୍ମଶାଳା ବିକାଶ ପ୍ରଗତିର ଶିଖର ଛୁଇଁଛି ବୋଲୀ ପ୍ରକାଶ କରିଛନ୍ତି ଏବଂ ବିଧାୟକ କାର୍ଯ୍ୟା ଧାରାରେ ଅନୁପ୍ରାଣିତ ହୋଇ ସେମାନେ ବିଜେପି ଶିବିର ଛାଡି ବିଜେଡ଼ି ରେ ସାମିଲ ହେବା କଥା କହିଛନ୍ତି।

ଏହି ମିଶ୍ରଣ ପର୍ବରେ କିରଣ କୁମାର ଜେନା (ଉପସଭାପତି ଜିଲ୍ଲାଯୁବମୋର୍ଚ୍ଚା ଯାଜପୁର), ଅସିତ୍ କୁମାର ସିଂ (ଯୁବମୋର୍ଚ୍ଚା ସଭାପତି ୧୧ନଂ ଜୋନ ), ସୋନୁ ସିଂ (ପଞ୍ଚାୟତ ଯୁବ ପ୍ରମୁଖ , ମର୍ଜିତା ପୂର୍), ଲକ୍ଷ୍ମୀଧର ମଲ୍ଲିକ (ଅନୁସୂଚିତ ଜାତି ମୋର୍ଚା ପ୍ରମୁଖ, କୋତପୁର),ସେକ ଫୈସଲ ଅଲ୍ଲି , ସେକ ଦିଲଦାର , ସେକ ରଇସ ଏବଂ ଅନେକ ବିଜେପି କର୍ମକର୍ତ୍ତା ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ଧର୍ମଶାଳା ବ୍ଲକ୍ ବିଜେଡ଼ି ସଭାପତି ଜଳଧର ମହାନ୍ତି , ଯୁବ ସଭାପତି ଖିତିଷ ନାୟକ, ଛାତ୍ର ସଭାପତି ଜଗଦାନନ୍ଦ ରାଉତ ଉପସ୍ଥିତ ଥିଲେ। ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ ବାଳବନ୍ତ ରୟ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ।।
