ଡବଲ ଇଞ୍ଜିନି ସରକାରରେ ଅଧ୍ୟକ୍ଷ ଓ ଅଧିକାରୀ ଫାଇଦା ।ଭଡାଟିଆ ଜେଇଙ୍କ ଚାଲିଛି ନିମ୍ନ ମାନର କାର୍ଯ୍ୟ ।

କୋଦଳା :- ୧୮/୦୨/୨୬ ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ ଭଡାଟିଆ ଯେଇଙ୍କ ଦ୍ୱାରା ଚାଲିଛି ନିମ୍ନମାନର ଉନ୍ନୟନ କାର୍ଯ୍ୟ । ତଦାରଖ କରିବା ପାଇଁ କେହି ନାହାନ୍ତି , ଯାହାର ଫାଇଦା ନେଉଛନ୍ତି କୋଦଳା ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ।ସ୍ଥାନୀୟ ଜନତା ଏଥିପାଇଁ କହୁଛନ୍ତି କି ପ୍ରାୟ ଅଢେ଼ଇ ମାସ ହେବ କୋଦଳା ଏନଏସିର ଯନ୍ତ୍ରୀ ବେହେରାଙ୍କୁ ପୋଲସରାକୁ ବଦଳି ହେଲେ । ଏହା ପରେ ଖଲିକୋଟର ଯନ୍ତ୍ରୀ ଜେନାଙ୍କୁ ଡେପୁଟେସନରେ କୋଦଳା ଏନଏସି ଆସିଲେ । କିନ୍ତୁ ଉକ୍ତ ଯନ୍ତ୍ରୀଙ୍କୁ ମାତ୍ର ୨ଦିନ ପାଇଁ କାର୍ଯ୍ୟ କରିବା ପାଇଁ ପିଡି ଡୁଡା ଆଦେଶ କଲେ।ଏଥିସହ ଚିଠି ନମ୍ବର ୧୫୮୭ ତା ୨୧/୦୭/୨୦୨୩ରିଖରେ ବେଗୁନିଆପଡାର ଯନ୍ତ୍ରୀ ବାଡତ୍ଯାଙ୍କୁ ସେତେବେଳର ଗଞ୍ଜାମ ଜିଲ୍ଲାପାଳ କୋଦଳା ଏନଏସି ର ଦାୟିତ୍ୱ ଦେଇଥିଲେ । ହେଲେ ସେହି ଚିଠିର ଫାଇଦା ନେଇ ଅଧ୍ୟକ୍ଷ ଓ ଇଓ ଫାଇଦା ଉଠେବାରେ ଲାଗିଛନ୍ତି। ଯାହାର ପରିଣାମ ହେଉଛି ନିମ୍ନ ମାନର କାର୍ଯ୍ୟ ସହ କମକାର୍ଯ୍ୟ କରି ଅତ୍ୟଧିକ ବିଲ କରୁଛନ୍ତି ଯାହା ଫଳରେ ମୋଟା ଅଙ୍କର ପିସି ନେଇ ମାଲେମାଲ ହେଉଛନ୍ତି ଅଧ୍ୟକ୍ଷ ଓ ଇଓ । ବର୍ତମାନ କୋଦଳା ଏନଏସି ର ୧୨ନମ୍ବର ୱାର୍ଡ ରେ ଡ୍ରେନ କାମରେ ବାଲି,ମେଣ୍ଟାଲ,ଓ ଗୁଡ଼ି ଏକ ଫୁଟ ପୋତିବାର ଥିବା ବେଳେ ମାତ୍ର ତିନି ଇଞ୍ଚି ପୋତିବା ସହ ୬ ଇଞ୍ଚି ରେ ରଡ଼ ବାଇଣ୍ଡିଙ୍ଗ କରିବା ପାଇଁ ଏସ୍ଟିମେଟରେ ଥିବା ବେଳେ ୧୦ଇଞ୍ଚି ରେ ରଡ଼ ବାଇଣ୍ଡିଙ୍ଗ ହେଉଛି । ସେଇଭଳି ୧୦ନମ୍ବର ୱାର୍ଡର ସବ୍ ଜେଲ ନିକଟରେ ରାସ୍ତା ନିର୍ମାଣ ଚାଲିଛି । ତାହା ମଧ୍ୟ ନିମ୍ନ ମାନର କାର୍ଯ୍ୟ ହେବା ସହ ୧୦ ୱାର୍ଡର ବିଶୋଇ ସାହିରେ ହୋଇ ଥିବା ଡ୍ରେନକାର୍ଯ୍ୟ ନିମ୍ନମାନର କାର୍ଯ୍ୟ ବେଳେ କାର୍ଯ୍ୟ ଅଳ୍ପ ହୋଇଥିବା ବେଳେ ଏବେ ଅଧିକ ପେମେଣ୍ଟ କରିବା ପାଇଁ ମସୁଦ୍ଧା ଚଳେଇ ଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଛି । ଯାହାର ଫାଇଦା ନେଇ ଅଧ୍ୟକ୍ଷ ନାୟକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ରଥ ଲକ୍ଷଲକ୍ଷ ଟଙ୍କା ଚଳୁ କରିବାରେ ଲାଗିଛନ୍ତି। କୋଦଳା ଏନଏସିରେ ସ୍ଥାୟୀ ଯନ୍ତ୍ରୀ ଅଭାବରୁ ଏହି ଦୁଇ ଜଣ ଯନ୍ତ୍ରୀ କାର୍ଯ୍ୟ ତଦାରଖ କରି ପାରୁନାହାନ୍ତି ଯାହା ଫଳରେ ଠିକାଦାର ମାନେ ନିମ୍ନ ମାନର କାର୍ଯ୍ୟ କରିବା ସହ କିଛି ବିଜେପି କର୍ମୀଙ୍କୁ ଭାଗରେ ରଖି ଏଇ ଭଳି ମନ ମୁଖି କାର୍ଯ୍ୟ କରୁଛନ୍ତି ।ଏଇ ଭଳି କୋଦଳା ଏନଏସି ରେ ଦୁର୍ନୀତି ବଢ଼ିବାରେ ଲାଗିଥିବା ବେଳେ ଜିଲ୍ଲାପାଳ,ପିଡି ଓ ରାଜ୍ୟ ସରକାର କାହିଁକି ନିରବ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *