ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ହେଲେ ଯଶସ୍ବୀ ମୁଖ୍ୟମନ୍ତ୍ରୀ*
ଆନନ୍ଦପୁର ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ (ରବିବାର) ଦିନ ୧୦ ଘଟିକା ସମୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବାର୍ଷିକ ଉତ୍ସବ ରେ ଓଡିଶା ର ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ମୁଖ୍ୟ ଏବଂ କ୍ରୀଡା ଓ ଶିକ୍ଷା ମନ୍ତ୍ରୀ ସୂଯ୍ୟବଂଶୀ ସୁରଜ ଅତିଥି ଭାବେ ଯୋଗ ଦେଇ ଦିନ ୧୨ ଘଂଟିକା ସମୟରେ ଆକାଶ ମାର୍ଗରୁ ଆସି ଆନନ୍ଦପୁର ଷ୍ଟାଡିଅମ ପଡିଆରେ ପହଁଚିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆନନ୍ଦପୁର ମହାବିଦ୍ୟାଳୟ ର ପୂର୍ବତନ ଛାତ୍ର ଥିଲାବେଳେ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାକଂର ଆନନ୍ଦପୁର ସବଡିଭିଜନ କୁ ପ୍ରଥମ ଗ୍ରସ୍ଥ କାର୍ଯ୍ୟକ୍ରମ ଅଟେ। କେନ୍ଦୁଝର ଜିଲ୍ଲାର ଗର୍ବ ଗୌରବ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଦଳ ମତ ନିର୍ବିଶେଷରେ ସମସ୍ତ ଜନସାଧାରଣ ବ୍ୟାପକ ଭାବେ ସ୍ୱାଗତ୍ ଓ ସମ୍ବର୍ଦ୍ଧନା କରିବା ପାଇଁ ବିଜେପି ର କେନ୍ଦୁଝର ସାଂସଦ ଅନନ୍ତ ନାୟକ, ବିଧାୟକ ପ୍ରାଥୀ ଆଲୋକ ସେଠୀ, ଘସିପୁରା ବିଧାୟକ ପ୍ରାଥୀ ଶମ୍ବୁନାଥ ରାଉତ ସହ ହଜାର ହଜାର ଲୋକ ଜନସାଧାରଣ ଉପସ୍ଥିତ ରହି ସ୍ୱାଗତ କରିଥିଲେ lସମସ୍ତଙ୍କୁ । ଆନନ୍ଦପୁର ସବଡିଭିଜନ ର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ସମସ୍ତ ଆନନ୍ଦପୁରରୀଆ ଏକ ହେଇ ଓଡିଶା ର ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ଆନନ୍ଦପୁର କ୍ୟାଲେଜରେ ପଡୁଥିବେଳେ ପୂର୍ବ ଅନୁଭୂତିକୁ ମନେପକାଇ ଅନେକ ସ୍ମୁତି କୁ ଅଭିଭାଷଣରେ କହିଥିଲେ l ଏହି ବାର୍ଷିକ ଉତ୍ସବ ରେ ୧୬ ଗୋଟି ପ୍ରୋଜେକଟ କୁ ଉଦଘାଟନ କରିବା ସହ ଆନନ୍ଦପୁର ମହାବିଦ୍ୟାଳୟକୁ ଅଟୋନମସ କଲେଜ ରେ ପରିଣତ କରିବାକୁ ଦୃଢ ପ୍ରତିଶୃତି ଦେବା ସହ ୭ କୋଟି ଟଙ୍କା ଅନୁଦାନ ଯୋଗାଇ ବେବେ ବୋଲି କହିଥିଲେ । ଏହି ବାର୍ଷିକ ଉତ୍ସବ ରେ ଆନନ୍ଦପୁର ବିଧାୟକ ଅଭିମନୁ ସେଠୀ ସହ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ସଂମ୍ମାନିୟ ଅତିଥି ଭାବେ ଯୋଗ ଦେଇଥିଲେ l
