ରେଡିଓ ଷ୍ଟେସନ ଠାରୁ ଧୋବା ନାଳ ପର୍ଯ୍ୟନ୍ତ ଆଲୋକିକରଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଇଥିବାରୁ ବ୍ରହ୍ମପୁର ବିଧାୟକଙ୍କୁ ସାଧୁବାଦ ଜଣାଇଲା ସହର ତଳି କ୍ରିୟାନୁଷ୍ଠାନ କମିଟି।

ବ୍ରହ୍ମପୁର – ବହୁ ପ୍ରତିକ୍ଷିତ ରେଡ଼ିଓ ଷ୍ଟେସନ ଠାରୁ ଲୋଚାପଡା ରୋଡର ଧୋବା ନାଳ ପର୍ଯ୍ୟନ୍ତ ରାସ୍ତାର ଆଲୋକିକରଣ ବ୍ୟବସ୍ଥାର ଶୁଭାରମ୍ଭ କରି ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଜନସାଧାରଣଙ୍କ ଉଦ୍ଧେଶ୍ୱରେ ଲୋକାର୍ପଣ କରିଥିବାରୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ବିଧାୟକଙ୍କୁ ସାଧୁବାଦ ଜଣାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଗେଟ ବଜାର ଠାରୁ ଲୋଚାପଡା ରାସ୍ତାର ଭିଡ ଓ ଦୁର୍ଘଟଣାକୁ ନିୟନ୍ତ୍ରଣ ନିମନ୍ତେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗେଟ ବଜାର ଠାରୁ ଲୋଚାପଡା ପର୍ୟ୍ୟନ୍ତ ବ୍ୟାପିଥିବା ରାସ୍ତାରେ ଡିଭାଇଡର ନିର୍ମାଣ ସହ ଆଲୋକିକରଣ ବ୍ୟବସ୍ଥା କରିବା ନିମନ୍ତେ ନିର୍ବାଚିତ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ନିକଟରେ ପ୍ରସ୍ତାବ ରଖାଯାଇ ଏହାକୁ କାର୍ଯ୍ୟକାରୀ କରିବା ସକାଶେ ଅନୁରୋଧ କରଯାଇଥିଲା ଯାହାକୁ ମାନ୍ୟବର ବିଧାୟକ ଅତ୍ୟନ୍ତ ଆଗ୍ରହର ସହ ଶୁଣିବା ସହ ତତକ୍ଷଣାତ ଏହାକୁ ସାକାର ରୁପ ଦେବା ନିମନ୍ତେ ସହମତି ଜଣାଇ ଅନୁମୋଦନ କରିଥିଲେ। ଏଥି ସକାଶେ ରାସ୍ତାର ପ୍ରଶସ୍ତିକରଣ ଓ ଚଉଡାକୁ ଲକ୍ଷ୍ୟ ରଖି ପ୍ରାଥମିକ ଭାବରେ ରେଡ଼ିଓ ଷ୍ଟେସନ ଠାରୁ ଧୋବା ନାଳ ପର୍ଯ୍ୟନ୍ତ ରାସ୍ତାରେ ଡିଭାଇଡର ପୂର୍ତ୍ତ ବିଭାଗ କରିବ ଓ ବିଧାୟକଙ୍କ ହାତ ପାଣ୍ଠିରୁ ଲାଇଟ୍ ଲଗେଇବା ନେଇ ନୀତିଗତ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ଉକ୍ତ ରାସ୍ତାରେ ଡିଭାଇଡର ନିର୍ମାଣ ନିମନ୍ତେ ମାନ୍ୟବର ବିଧାୟକଙ୍କ ପରାମର୍ଶ ଓ ନିର୍ଦ୍ଦେଶ କ୍ରମେ ପୂର୍ତ୍ତ ବିଭାଗ ପଦକ୍ଷେପ ନେଇଥିଲା। ସେହିପରି ସେଠାରେ ଅଲୋକିକରଣ ବ୍ୟବସ୍ଥା କାର୍ଯ୍ୟକାରୀ ନିମନ୍ତେ ମାନ୍ୟବର ବିଧାୟଙ୍କ ନିଜ ହାତ ପାଣ୍ଠିରୁ ୧୨ ଲକ୍ଷ୍ୟ ବ୍ୟୟ ବରାଦ ଅନୁମୋଦନ କରିଥିଲେ । ଉକ୍ତ ଏମଏଲେଏ ଲାଡ ଅର୍ଥରେ ୧୦ ଟି ଖୁଣ୍ଟରେ ୪ ଟି ଲେଖାଏଁ ସର୍ବମୋଟ ୪୦ ଗୋଟି ଏଲଇଡି ଲାଇଟ ଲଗା ଯାଇଛି। ଫଳରେ ଉକ୍ତ ରାସ୍ତାରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ଲାଗୁ ହେବା ସହ ଡିଭାଇଡର ସ୍ଥାପନା ହୋଇଥିବାରୁ ରାସ୍ତାର ଭିଡ଼, ଗାଡି ମଟରର ତୀବ୍ରତା, ଦୁର୍ଘଟଣା ସର୍ବୋପରି ଆସମଜିକ କାର୍ଯ୍ୟକଳାପ ଏଡେଇବାରେ ସୟାହକ ହୋଇପାରିବ ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି। ଲାଇଟ ଲାଗିବାର ବହୁ ଦିନର ବ୍ୟବଧାନ ପରେ ଏହି ଆଲୋକିକରଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି। ପରବର୍ତ୍ତୀ ସମୟରେ ଗେଟ ବଜାର ଠାରୁ ରେଡ଼ିଓ ଷ୍ଟେସନ୍ ପର୍ଯ୍ୟନ୍ତ ରାସ୍ତାର ଡିଭାଇଡର ନିର୍ମାଣ ଓ ଆଲୋକିକରଣ ବ୍ୟବସ୍ଥା ନିମନ୍ତେ କମିଟି ଦ୍ୱରା କରାଯାଇଥିବା ଅନୁରୋଧକୁ ବିଧାୟକ କେ ଅନିଲ କୁମାର ସହମତି ଜଣାଇଥିଲେ ।ବିଧାୟକଙ୍କ ଦ୍ୱାରା ଉଦଘାଟିତ ଉକ୍ତ କାର୍ଯ୍ୟକ୍ରମରେ ମହାନଗର ନିଗମ ୨୪ ନମ୍ବର ୱାର୍ଡର କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକ, ଗେଟ ବଜାର ମଣ୍ଡଳ ସଭାପତି ସି ଏଚ ବିକ୍ରମ ଦାସ ,ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ, ଉପ ସଭାପତି ଦେବୀ ପ୍ରସାଦ ଦାସ, ସଙ୍ଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରୀ, ଯୁଗ୍ମ ସମ୍ପାଦକ ଟି ସୁଦେଶ ପା, ସହ ସମ୍ପାଦକ ବି ଭି ସାଗର, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, କୋଷାଧକ୍ଷ ଏମ୍ ଲାବଣ୍ୟ ପାତ୍ର, ସଙ୍ଗଠନ ସହ ସମ୍ପାଦକ ଅଜିତ୍ ପଟ୍ଟନାୟକ , କାହୁଁ ଚରଣ ପତି, ସହ କୋଷାଧ୍ୟକ୍ଷ ସୁନିଲ ପାତ୍ର, ଉପଦେଷ୍ଟା ଜୀତେନ୍ଦ୍ର କୁମାର ପାଢ଼ୀ, ସୁଦର୍ଶନ ପାତ୍ର, ଭବାନୀ ପଟ୍ଟନାୟକ, ବରୁଣ ଚୌଧୁରୀ, ସନ୍ତୋଷ ସାହୁ, ପ୍ରମୋଦ ଚନ୍ଦ୍ର ପାଢ଼ୀ, ପ୍ରଭାତ କୁମାର ବେହେରା , ପ୍ରଦୀପ କୁମାର ସାହୁ, ସୂର୍ଯ୍ୟ ନାରାୟଣ ପରିଡ଼ା, ମମତା ବିଷୋୟୀ, ପି କେ ଦାସ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଗରିବ ବନ୍ଧୁ ପାଣିଗ୍ରାହୀ, ଲକ୍ଷ୍ମଣ ଜେନା, କୁମାର ସ୍ଵାମୀ ପାତ୍ର , ପୂର୍ଣ୍ଣ ବେହେରା , ଏମ୍ ତାରେକେଶ୍ୱର୍ ଦୋରା, ସୁବାଷ ବେହେରା ପ୍ରାମୁଖ ବ୍ୟକ୍ତି ବିଶେଷ ତଥା ସ୍ଥାନୀୟ ବ୍ରଜନଗର ଓ ବ୍ୟାଙ୍କ କଲୋନୀ ଡେଭଲପମେଣ୍ଟ କମିଟିର ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର।ଆସନ୍ତା କାଲି ତା ୨୨/୩/୨୦୨୬ ସନ୍ଧ୍ୟା ଘ ୬.୦୦ ସମୟରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଅନୁରୋଧ କ୍ରମେ ନିର୍ମିତ ହୋଇଥିବା ବ୍ରଜନଗର – ଲୋଚାପଡା ମୁଖ୍ୟ ରାସ୍ତାର ଧୋବା ନାଳ ପର୍ଯ୍ୟନ୍ତ ଡିଭାଇଡର ଓ ବ୍ରହ୍ମପୁର ବିଧାୟକଙ୍କ ହାତ ପାଣ୍ଠିରୁ ଲାଗିଥିବା ହାଇ ମାକ୍ସ ଲାଇଟ୍ର ର ଶୁଭ ଉଦ୍ଘାଟନ ବ୍ରହ୍ମପୁରାର ମାନ୍ୟବର ବିଧାୟକ କେ ଅନିଲ କୁମାରଙ୍କ କରକମଳରେ ହେବ। ଏଥିରେ ବ୍ରହ୍ମପୁର ବିଧାୟକଙ୍କ ବ୍ୟତିରକେ,ମହାନଗର ନିଗମ ମେୟର, କମିଶନର, କର୍ପୋରେଟର ଓ ନିଗମ ଅଧିକାରୀ ମାନେ ଯୋଗ ଦେବେ। ଏଥିରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ବୃନ୍ଦ ସମସ୍ତେ ଉପସ୍ଥିତ ରହି ଏହାକୁ ସଫଳ କରିବାକୁ ଅନୁରୋଧ।ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି।

Leave a Reply

Your email address will not be published. Required fields are marked *