ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା କୁ ନେଇ ଗେରୁଆ ରଙ୍ଗ ରେ ସଜେଇ ହେଇଛି କେସିଙ୍ଗା ସହର

ଆସନ୍ତା ୨୨ ତାରିଖ ଦିନ ଅଯୋଧ୍ୟା ରେ ନିର୍ମାଣ ଧୀନ ପ୍ରଭୁ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ସାରା ଦେଶ ଉତ୍ସବ ମୁଖର ହୋଇ ଉଠିଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ମଧ୍ୟ ଏହି ଉତ୍ସବ ରୁ ବାଦ୍ ପଡ଼ିନାହିଁ ।କେସିଙ୍ଗା ର ବିଭିନ୍ନ ସଙ୍ଗଠନ ତରଫରୁ ଏହି ଦିନ ଟିକୁ ଜୋର ସୋର୍ ରେ ପାଳନ କରିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଞ୍ଚିଛି । ରାମ ଭକ୍ତ କି ଟୋଲି,ଜଗନ୍ନାଥ ମନ୍ଦିର କମିଟି ,ଗୌରୀ ଶଙ୍କର ମନ୍ଦିର କମିଟି ,ଆମ୍ବାଜି ମନ୍ଦିର କମିଟି ସମେତ ବିଭିନ୍ନ ରାମ ଭକ୍ତ ଙ୍କ ଅନୁଷ୍ଠାନ ପକ୍ଷ ରୁ ଏହି ଦିନକୁ ସବୁଦିନ ପାଇଁ ସ୍ମରଣୀୟ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଅଛି ।ନଗର ପରିକ୍ରମା , ରଙ୍ଗୋଲି ପ୍ରତିଯୋଗିତା ,ମିଷ୍ଠାନ ବଣ୍ଟନ ,ଆଳତି ,କୀର୍ତ୍ତନ ସନ୍ଧ୍ୟା ଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯିବାର ଅଛି ,ଏଥି ପାଇଁ ପ୍ରସ୍ତୁତି ଜୋର ସୋର ରେ ଚାଲିଛି । ରାମ ଭକ୍ତ କି ଟୋଲୀ ତରଫ ରୁ ସାରା ସହରକୁ ନାରଙ୍ଗୀ ରଙ୍ଗ ରେ ପୋତି ଦିଆଯାଇଛି।ସହରର ଦୁଇଟି ମୁଖ୍ୟ ଛକ ରେ ଲଗାଯାଇଥିବା ପ୍ରଭୁ ଶ୍ରୀରାମ ଙ୍କ ପତାକା ଲୋକଙ୍କ ମନ ମୋହୁଚି ।ସେହିପରି ଆମ୍ବଜି ମନ୍ଦିର କମିଟି ତରଫ ରୁ ମନ୍ଦିର ପରିସର କୁ ଗେରୁଆ ରଙ୍ଗ ରେ ଆଚ୍ଛାଦିତ କରାଯାଇଛି ।ଗେରୁଆ ଚାଦର ରେ ଆଚ୍ଛାଦିତ ହୋଇ ଅତି ସୁନ୍ଦର୍ ଦିସୁଛି କେସିଙ୍ଗା ସହର।ସହର ସାରା ଗେରୁଆ ରଙ୍ଗର ପତାକା ରେ ସଜେଇ ହୋଇ ଏକ ପ୍ରକାର ଗେରୁଆ ମୟ ହେଇଯାଇଛି ।

କର୍ମକର୍ତ୍ତା ମାନେ ଦିନରାତି ଲାଗିଛନ୍ତି କେସିଙ୍ଗା କୁ ସୁନ୍ଦର ଭାବରେ ସଜାଇବା ପାଇଁ।କେସିଙ୍ଗା ପୁରୁଣା ବସ ଷ୍ଟାଣ୍ଡ ସମ୍ମୁଖରେ ଥିବା ଜଗନ୍ନାଥ ସ୍କୁଏର ଠାରେ ରାମ ଭକ୍ତ କି ଟୋଲି ତରଫ ରୁ ୨୭ ଫୁଟ ଉଚ୍ଚତା ବିଶିଷ୍ଟ ରାମ ଙ୍କ ଏକ କଟ ଆଉଟ୍ ଲଗାଯାଇଛି । ସମଗ୍ର କେସିଙ୍ଗା ତଥା ବାହାରୁ ଆସୁଥିବା ଭକ୍ତ ଙ୍କ ପାଇଁ ପାନୀୟ ଜଳ ସହିତ ପ୍ରସାଦ ସେବନ ବ୍ୟବସ୍ଥା ରହିଛି। ସମସ୍ତ କେସିଙ୍ଗା ତଥା ଆଖ ପାଖ ଅଞ୍ଚଳର ସମସ୍ତ ଜନସାଧାରଣ ଙ୍କ ପାଇଁ ୨୨ତାରିଖ ସୋମବାର ଦିନ ବିଭିନ୍ନ ସ୍ଥାନରେ ଭୋଗ ର ଆୟୋଜନ କରିଛନ୍ତି ବିଭିନ୍ନ ସଙ୍ଗଠନ ।

କେସିଙ୍ଗା ରୁ ମହେଶ୍ୱର ମାଝୀ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ।

Leave a Reply

Your email address will not be published. Required fields are marked *