ଡାଳିମ୍ବଗୋରଡି ଗ୍ରାମ ରାସ୍ତା ଅବସ୍ଥା ଶୋଚନୀୟ

କୋଣାର୍କ- କୋଣାର୍କ ଏନଏସି ଅନ୍ତର୍ଗତ ୫ନମ୍ବର୍ ୱାର୍ଡ ଡାଳିମ୍ବଗୋରଡି ଗ୍ରାମ ରାସ୍ତା ଅବସ୍ଥା ଶୋଚନୀୟ ଦେଖିବାକୁ ମିଳିଛି। ଡ୍ରେନେଜ୍ ଓ ନିଷ୍କାସନ ବ୍ୟବସ୍ଥା ନଥିବାରୁ ରାସ୍ତା ମଝିରେ ବର୍ଷା ଜଳ ଜମି ରହୁଛି। ଯାହା ଫଳରେ ପରିବେଶ ପାଲଟୁଛି ଅସ୍ୱାସ୍ଥ୍ୟକର। ଯାତାୟତରେ ମଧ୍ଯ ହେଉଛି ଅସୁବିଧା। ପାଣି ଜମି ରହିଥିବାରୁ ଡେଙ୍ଗୁ ମ୍ୟାଲେରିଆ ବ୍ୟାପିପାରେ ବୋଲି ଅନୁମାନ କରାଯାଉଛି। ଏଥି ସହିତ ଦୀର୍ଘ ବର୍ଷ ହେବ ଗ୍ରାମକୁ ଯାଇଥିବା ରାସ୍ତା ମରାମତି କିମ୍ବା ଉନ୍ନତିକରଣ ହେଉନଥିବାରୁ କଂକ୍ରିଟ ରାସ୍ତା ଫାଟି ଗଲାଣି।

ଯାହା ଫଳରେ ଯିବା ଆସିବା କରିବାପାଇଁ ଛାତ୍ର ଛାତ୍ରୀ , ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ କୋଣାର୍କ ଏନଏସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଯୁବ ସଂଗଠକ ମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *