କଂଗ୍ରେସ ତରଫରୁ ପୁରୀ ସଦର ବାଲିଗୁଆଳି ସ୍ଥିତ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଆଲୋଚନା କରାଯାଇଛି।

ପୁରୀ କଂଗ୍ରେସ ତରଫରୁ ପୁରୀ ସଦର ବାଲିଗୁଆଳି ସ୍ଥିତ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ତୁରନ୍ତ ଜରୁରୀକାଳୀନ ଦୁର୍ଘଟଣା ଜନିତ ସେବା, ହୃଦରୋଗ ସେବା, ମସ୍ତିଷ୍କ ଘାତ ଏବଂ ସ୍ନାୟୁ ରୋଗ ତଥା ସମସ୍ତ ଜୀବନରକ୍ଷା ସେବା ତୁରନ୍ତ ପୁରୀ ଜିଲ୍ଲା ଲୋକଙ୍କୁ ଉପଲବ୍ଧ କରାଇବା ପାଇଁ ଆଲୋଚନା କରାଯାଇଛି।ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ, ହସ୍ପିଟାଲରେ, ପୁରୀ ତଥା ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିକଳ ସ୍ଵାସ୍ଥ୍ୟ ସେବା ବିଷୟରେ ଖବର ପ୍ରସାରଣ ହେଉଥିବା ଆମେ ସମସ୍ତେ ଅବଗତ ଅଛେ । ୨୦୧୧ ଜନଗଣନା ଅନୁଯାୟୀ ପୁରୀ ଜିଲ୍ଲାର ମୋଟ ଜନସଂଖ୍ୟା ୧୬୯୮୭୩୦ ଷୋହଳ ଲକ୍ଷ ଅଠାନବେ ହଜାର ସାତଶହ ତିରିଶି ଥିବା ବେଳେ ଅନୁପାତ ଅନୁଯାୟୀ ୨୦୨୫ ରେ ୨୦ କୋଡ଼ିଏ ଲକ୍ଷ ରୁ ଅଧିକ ହେବା ଅନୁମେୟ। ତେବେ ସ୍ବାସ୍ଥ୍ୟସେବା ପାଇବା କ୍ଷେତ୍ରରେ ଗ୍ରାମୀଣ ଅଞ୍ଚଳ ଠାରୁ ସହରାଞ୍ଚଳରେ ଦେଖିବାକୁ ଗଲେ ଶ୍ରୀଜଗନ୍ନାଥଙ୍କ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ପୁରୀ ଜିଲ୍ଲା ପାଇଁ ଏକ ବରଦାନ ସଦୃଶ ଯାହା ୨୦୧୪ ମସିହାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ଉନ୍ମୁକ୍ତ ହୋଇପାରିନାହିଁ । ଅନ୍ୟ ପାଶ୍ୱର୍ରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁର୍ଘଟଣା ଜନିତ ସେବା, ହୃଦରୋଗ ସେବା, ମସ୍ତିଷ୍କ ଘାତ ଏବଂ ସ୍ନାୟୁ ରୋଗ ସେବା ତଥା ପୋଡ଼ାଜଳା ପାଇଁ ଜୀବନରକ୍ଷା ପାଇଁ ଯେଉଁ ସେବା ତଥା ଆନୁସାଙ୍ଗିକ ରୋଗ ନିରୁପଣ ବ୍ୟବସ୍ଥା ନଥିବାରୁ ଦୈନିକ ଜିଲ୍ଲା ଅଧିବାସୀଙ୍କ ଠାରୁ ଆରମ୍ଭ କରି ପ୍ରତିଦିନ ଲକ୍ଷାଧିକ

ତୀର୍ଥଯାତ୍ରୀ ତଥା ପର୍ଯ୍ୟଟକ କଟକ କିମ୍ବା ଭୁବନେଶ୍ବର ସ୍ଥାନାନ୍ତରିତ ହେଉଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଏଣୁ କିପରି ଭାବରେ ସମସ୍ତ ଜରୁରୀକାଳୀନ ଜୀବନ ରକ୍ଷା ବିଭାଗ ଶ୍ରୀଜଗନ୍ନାଥ ମେଡିକାଲ କଲେଜ, ହସ୍ପିଟାଲରେ ସର୍ବସାଧାରଣ ସେବା ପାଇଁ ଖୋଲା ଯିବ ତାହର ଏକ ନିର୍ଦ୍ଦିଷ୍ଟ ସମୟ କତ୍ତୃପକ୍ଷ ଜନସାଧାରଣଙ୍କୁ ପ୍ରଦାନ କରନ୍ତୁ । ଏଥିରେ ଅହେତୁକ ବିଳମ୍ବ ଦେଖାଦେଲେ ପୁରୀ ଜିଲ୍ଲା କଂଗ୍ରେସ କମିଟି ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ବାଧ୍ୟ ରହିବ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ କମିଟି ର ସଭାପତି ରାଜେଶ କୁମାର ମିଶ୍ର l

Leave a Reply

Your email address will not be published. Required fields are marked *