ସମ୍ଭାବ୍ୟ ବିଜେପି ବିଜେଡି ମେଣ୍ଟ ଚର୍ଚ୍ଚା ପରେ ଉତ୍ସାହିତ ପିପିଲି କଂଗ୍ରେସ

ସମ୍ଭାବ୍ୟ ବିଜେପି ବିଜେଡି ମେଣ୍ଟ ଚର୍ଚ୍ଚା ପରେ ଉତ୍ସାହିତ ପିପିଲି କଂଗ୍ରେସ । ବିଜେପି ବିଜେଡି ମେଣ୍ଟ ହେଲେ କଂଗ୍ରେସ କୁ ଫାଇଦା ମିଳିବ ବୋଲି ଆଶା ରଖିଛି କଂଗ୍ରେସ । କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଓରଫ ପୁର୍ଣ୍ଣ ସ୍ବାଇଁ ଙ୍କ ନେତୁତ୍ବ ପିପିଲି ସୁଆବରାଇ ରେ ଅନୁଷ୍ଠିତ ହୋଇଯାଇଛି କଂଗ୍ରେସ ସାଙ୍ଗଠନିକ ବୈଠକ । ବିଜେଡି ଓ ବିଜେପି ମେଣ୍ଟ କଂଗ୍ରେସ କୁ କେବଳ ପିପିଲି ନୁହେଁ ସାରା ଓଡିଶା ରେ ଫାଇଦା ଦେଵ ବୋଲି କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର କହିଛନ୍ତି । ଆଜି ସୁଆବରାଇ ବେଲେଶ୍ଵର ମହାଦେବ ପ୍ରାଙ୍ଗଣ ରେ କଂଗ୍ରେସ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରେ ଶତାଧିକ କଂଗ୍ରେସ କର୍ମୀ ଏକାଠି ହୋଇ ୨୦୨୪ସାଧାରଣ ନିର୍ବାଚନରେ କଂଗ୍ରେସ ବାଜିମାତ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *