ଚଳିତ ରାଜ୍ୟ ବିଦେଶରେ ପୁରୀର ବିକାଶକୁ ଗୁରୁତ୍ୱ ଦିଆଯାଇଛି
ଚଳିତ ରାଜ୍ୟ ବଜେଟରେ ପୁରୀର ବିକାଶକୁ ଫୋକସ୍ କରାଯାଇଛି । ପର୍ଯ୍ୟଟନକ୍ଷେତ୍ର ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଉପରେ ଚଳିତ ବଜେଟରେ ଦିଆଯାଇଛି ବିଶେଷ ଗୁରୁତ୍ୱ। ବେଳାଭୂମି ପର୍ଯ୍ୟଟନ ଉପରେ ଚଳିତ ଵଜେଟରେ ବିଶେଷ ଗୁରୁତ୍ୱ ଦିଆଯିଇଥିବା ବେଳେ ବହୁ ପ୍ରତୀକ୍ଷିତ ଶାମୁକା ପ୍ରକଳ୍ପର ଅଗ୍ରଗତି ଉପରେ ବଜେଟରେ ବ୍ୟୟବରାଦ କରାଯାଇଛି । ସେପଟେ ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିର ବିକାଶ ଓ ପ୍ରଚାରପ୍ରସାର ପାଇଁ ଚଳିତ ବଜେଟରେ 1000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବଳିଆପଣ୍ଡା ଓଡେଶା ଭବନ ନିକଟରେ ଶ୍ରୀଜଗନ୍ନାଥ ସଂଗ୍ରାହଳୟ ସହ ଲାଇବ୍ରେରୀ,, ଗୁଣ୍ଡିଚା ମନ୍ଦିରର ଉନ୍ନତ୍ତିକରଣ ସହ ସୌନ୍ଦର୍ଯ୍ୟମୂଳକ କାର୍ଯ୍ୟ,, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନର ପୁନରୁଦ୍ଧାର,, ଏମାରମଠ,, ଶ୍ରୀଜଗନ୍ନାଥ ଇଣ୍ଟରପ୍ରିଟେସନ୍ ସେଣ୍ଟର,, ବହୁ ପୁରାତନ ଐତିହ୍ୟ ରଘୁନନ୍ଦନ ଲାଇବ୍ରେରୀର ପୁନଃନିର୍ମାଣ ସହ ରତ୍ନ ଅଳଙ୍କାର ଗଣତିମଣତି ପାଇଁ 5 କୋଟି ଟଙ୍କା ଚଳିତ ବଜେଟରେ ବ୍ୟୟବରାଦ କରାଯାଇଛି। ଏହାଛଡା ସମର୍ପଣ ଆପ୍ ଯୋଗେ ଭକ୍ତମାନେ ଦାନ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ପ୍ରତିକ୍ରିୟାରେ କହିଛନ୍ତି ।
