ଉଚ୍ଚ ଶିକ୍ଷା ପାଇଁ ସହାୟତାର ହାତ ବଢ଼ାଇଲା ଦରଦୀ ବନ୍ଧୁ ଫାଉଣ୍ଡେସନ
ସୂଚନା ଯୋଗ୍ୟ କେନ୍ଦୁଝର ଜିଲ୍ଲା,ହାଟଡିହି ବ୍ଲକ,ଢେଙ୍କା ପଞ୍ଚାୟତ, ସଙ୍ଗମ ଗ୍ରାମର ରାଣୀ ହେମ୍ରମ ଚଳିତ ବର୍ଷ ମେଟ୍ରିକ ରେ ୮୫% ମାର୍କ ରଖି କୃତ କାର୍ଯ୍ୟ ହୋଇଥିଲେ କିନ୍ତୁ ଦୁଃଖର ବିଷୟ ରାଣୀଙ୍କର ମା ବାପା ନ ଥିବାରୁ ରାଣୀ ଉଚ୍ଚ ଶିକ୍ଷା ପାଇଁ ଆଶାଇ ଥିଲେ ହେଁ ଅର୍ଥର ଅଭାବ କାରଣରୁ ପଢ଼ିବା ରୁ ବଞ୍ଚିତ ଅଛନ୍ତି । ଏହି ଘଟଣା ସାମାଜିକ ସଂଗଠନ ଦରଦୀ ବନ୍ଧୁ ଫାଉଣ୍ଡେସନ ଜାଣିବା ପରେ ସାହାଯ୍ୟର ହାତ ବଢାଇଲେ ଦରଦୀ ବନ୍ଧୁ ଫାଉଣ୍ଡେସନ। ରାଣୀଙ୍କର ସ୍ୱପ୍ନ ସେ ଡାକ୍ତରୀ ପାଠ ପଢ଼ିବା ପାଇଁ କିନ୍ତୁ ଦୁଃଖର ବିଷୟ ଏହିକି ଯେ ତାଙ୍କର ଟଙ୍କା ପଇସା ଅଭାବରୁ ସେ ପାଠ ପଢା ଛାଡ଼ି ଗାଁ ଗାଁ ବୁଲି ବୁଲି ସିମେଣ୍ଟ କାମ କରୁ ଥିଲେ। ସ୍ବର୍ଗତ ସାଲଖାନ ହେମ୍ବ୍ରମ ଓ ସୁଠା ହେମ୍ବ୍ରମଙ୍କ ଝିଅ ରାଣୀ। ସେଇ ଭଉଣୀଙ୍କୁ ସହଯୋଗର ହାତ ବଢାଇଛନ୍ତି ଦରଦୀ ବନ୍ଧୁ ଫାଉଣ୍ଡେସନର ଗୀତି ରଞ୍ଜନ ବେହେରା,ରୀନାରାଣୀ ଜେନା, ସୁଭଦ୍ରା ବିଶ୍ଵାଳ।ଭଦ୍ରକରୁ ଦିବ୍ୟ ନାରାୟଣ ସାହୁ ଏବଂ ଅନ୍ୟ ସଦସ୍ୟ ଓ ସଦସ୍ୟା ମାନେ।
ଅଭିନ୍ନ କୁମାର ରଣା, କେନ୍ଦୁଝର
