ବୀଣାପାଣି କଳାପୀଠ ପରିସରରେ ଦଶଭୁଜା ଭଜନ କ୍ୟାସେଟ ଲୋକାର୍ପିତ।
ଧର୍ମଶାଳା- ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗାନ୍ଧି ଛକ ନିକଟରେ ବୀଣାପାଣି କଳା ପୀଠ ପରିସରରେ ନୂତନ ଭଜନ କ୍ୟାସେଟ ଦଶଭୁଜା ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଣାପାଣି କଳା ପୀଠ ର ଅଧକ୍ଷ ବିପିନ ବିହାରୀ ସ୍ଵାଇଁ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜ ସେବୀ ମିନତୀ ସାହୁ ଯୋଗଦେଇ ଭଜନ କ୍ୟାସେଟ କୁ ଲୋକାର୍ପଣ କରିଥିଲେ।ସମ୍ମାନିତ ଅତିଥି ଭାବେ ଇନ୍ ହ୍ୱିଲର କ୍ଲବ ର ପୂର୍ବତନ ସମ୍ପାଦିକା ମାଧୁରୀ ଶତପଥୀ, ବିଶିଷ୍ଟ ଅତିଥି ଭାବେ ସାହାସପୁର କଲେଜ ର ଅଧ୍ୟକ୍ଷ ସତ୍ୟବ୍ରତ ପୃଷ୍ଟି ଯୋଗଦେଇ ଭଜନ ଦଶଭୁଜା ଶ୍ରୋତା ମାନଙ୍କ ଦ୍ଵାରା ଆଦୃତ ହେବ ବୋଲି କହିଥିଲେ। ବିଣାପାଣି କଳା ପୀଠ ପ୍ରଯୋଜନାରେ ନିର୍ମିତ ଭଜନ ରେ କଣ୍ଠଦାନ କରିଛନ୍ତି ଓଡ଼ିଶାର ବିଶିଷ୍ଟ ଗାୟିକା ମାନସୀ ପାତ୍ର, ଗୀତ ରଚନା କରିଛନ୍ତି ମିନତୀ ସାହୁ, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିପିନ ବିହାରୀ ସ୍ଵାଇଁ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସୁଚିତ୍ରା ଜେନା। ଶେଷରେ ଜଗତଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
