ଜଙ୍ଗଲରୁ ଦମ୍ପତିଙ୍କ ମୃତ ଶରୀର ଠାବ ହତ୍ୟା ସନ୍ଧେହ ବିଭିନ୍ନ ଜଣଙ୍କ ଠାରୁ ଭିନ୍ନ ଭିନ୍ନ ମତ
– କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ ଦିଗାପଦର ଗ୍ରାମରେ ଶୁକ୍ରବାର ଦିନ ବିଳମ୍ୱିତ ରାତିରେ ଗ୍ରାମର ସ୍ଵାମୀ ସ୍ତ୍ରୀ ଙ୍କୁ ହତ୍ୟା କରିଥିବା ସୂଚନା ରହିଛି | ହେଲେ ଏହି ହତ୍ୟା ଘଟଣାକୁ ବିଭିନ୍ନ ଲୋକଙ୍କ ଠାରୁ ଭିନ୍ନ ଭିନ୍ନ ମତ ଆସୁଛି।ଖବର ପ୍ରକାରେ ଜଣାପଡିଛି ଯେ ଗତ ଶୁକ୍ରବାର ଦିନ ମହାଶିବ ରାତ୍ରୀରେ ଲୋହ ଟାଙ୍କୁରା ଘଟଣା ଦେଖି ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇ ଯାଇଛି। ଏହି ବିଳମ୍ବିତ ରାତିର ଘଟଣା କୁ ନେଇ କିଏ କହୁଛି ପୋଲିସ୍ ଇନପର୍ମର ସନ୍ଧେହରେ ମାଓବାଦୀ ମାନେ ହତ୍ୟା କରିଥିବା କହୁଥିବା ବେଳେ ଆଉ କିଏ ତ କହୁଛି ଗୁଣି ଗାରେଡ଼ି ସନ୍ଧେହ ରେ ଓ ପୁର୍ବ ଶତ୍ରୁତାକୁ ନେଇ ହତ୍ୟା କରା ଯାଇଥିବା କୁହା ଯାଉଛି। ପୋଲିସ୍ ମଧ୍ୟ ଗୁଣି ଗାରେଡ଼ି ସନ୍ଧେହ ହତ୍ୟା ବୋଲି ସମାନ କଥା କହିଛି। ଶନିବାର ଦିନ ସ୍ଥାନୀୟ ଅଞ୍ଚଳ ବାସି ଘଟଣା ଦେଖିଲା ପରେ ଥାନାକୁ ଜଣାଇଥିଲେ।ଖବର ପାଇ ଗୋଛାପଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ୱାମୀକୁ ଏକ ନାଳ କଡ଼ରୁ ଉଦ୍ଧାର କରିଥିବା ବେଳେ ସ୍ତ୍ରୀ କୁ ଜଙ୍ଗଲରୁ ଉଦ୍ଧାର କରିଛି। ଉଭୟ ସ୍ବାମୀ ସ୍ତ୍ରୀ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହା ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ଘଟିଛି। ଅନ୍ୟ ପକ୍ଷରେ ଗଞ୍ଜେଇ ଚାଳନ୍ କାରବାରକୁ ନେଇ ମଧ୍ୟ ଏହି ଘଟଣା ଘଟିଥିବା ପୋଲିସ୍ ସନ୍ଧେହ କରୁଛି ବୋଲି ସୂଚନାରୁ ଜଣାପଡିଛି। | ମୃତ ସ୍ଵାମୀ ହେଲେ ତିଆରି କହ୍ନର ସ୍ତ୍ରୀ ବତାସୀ କହ୍ନର | ଏହି ଘଟଣା ଘଟିବା ପରେ ବର୍ତ୍ତମାନ୍ ସମଗ୍ର ଅଞ୍ଚଳ ରେ ଭୟବିତ ରହିଛନ୍ତି |
