ମାଉସୀ ଘରେ ଯୁବକଙ୍କ ମୃତ ଦେହ ଉଦ୍ଧାର ।

ବାପା ଆଣିଲେ ହତ୍ୟା ଅଭିଯୋଗ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ସାନସିରେଇ ଗ୍ରାମରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ୨୬ବର୍ଷୀୟ ଯୁବକ ରାଜ୍ୟ ବାହାରେ ମୁମ୍ବାଇରେ ରହି ଦୀର୍ଘ ଦିନ ହେବ କାମ କରୁଥିବା ବେଳେ କିନ୍ତୁ କେଉଁ ଦିନ ଅସ୍ତରଙ୍ଗ ଆସିଛନ୍ତି ତାହା ପରିବାର ଲୋକ ଜାଣିନଥିଲେ। କିନ୍ତୁ ଆଜି ସକାଳୁ ଖବର ମିଳିଥିଲା କାକଟପୁର ଥାନା ଉଦୟପୁର ଗ୍ରାମର ହରି ପ୍ରଧାନଙ୍କ ୨୬ବର୍ଷୀୟ ଏକମାତ୍ର ପୁତ୍ର ବୁଦ୍ଧେଶ୍ୱର ପ୍ରଧାନଙ୍କ ମୃତ ଦେହ ସାନସିରେଇ ଗ୍ରାମ ମାଉସୀ ଘର ନିକଟରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମାଉସୀ ପୁଅ କହିବା ମୁତାବକ ଭୋର ୪ଟାରେ ପରିଶ୍ରା କରିବାକୁ ଉଠିବା ବେଳେ ସେ ଏକ ଭଣ୍ଡା ଗଛରେ ମୃତ ଯୁବକକୁ ଝୁଲି ଥିବାର ଦେଖି ତୁରନ୍ତ ତାକୁ ଖୋଲିଥିଲେ। ଏବଂ ପରିବାର ଲୋକଙ୍କୁ ଜଣାଇଥିଲେ।

ଘଟଣାର ଖବର ପାଇ ମୃତକ ଯୁବକ ବାପା ଅସ୍ତରଙ୍ଗ ଥାନାରେ ପହଂଚି ପୁଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । କିନ୍ତୁ ଯାହା ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଯୁବକ ଜଣକ ପ୍ରେମ ଜନିତ ସମସ୍ୟାରୁ ଆତ୍ମହତ୍ୟା କରିଥାନ୍ତି ବୋଲି ଗ୍ରାମବାସୀ ଅନୁମାନ କରୁଛନ୍ତି । ଅସ୍ତରଙ୍ଗ ପୋଲିସ ଓ ପୁରୀ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛନ୍ତି। ପ୍ରାଥମିକ ତଦନ୍ତରୁ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରିବା ସହିତ ଶବ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ୍ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ବ୍ୟବଚ୍ଛେଦ ଟିପୋର୍ଟ ପରେ ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିବ ବୋଲି ଥାନା ଅଧିକାରୀ ଇନ୍ସପେକ୍ଟର ଦୂର୍ଗା ଚରଣ ମହାପାତ୍ର ସୁଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *