ଆମ ବଡ଼ଚଣା ମହୋତ୍ସବ  ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଉପ ମୁଖ୍ୟମନ୍ତ୍ରୀ।

ବଡ଼ଚଣା : କଳା,ସଂସ୍କୃତି,ଐତିହ ଓ ପରମ୍ପରାର ଗଣପର୍ବ ଆମ ବଡ଼ଚଣା ମହୋତ୍ସବ ୨୦୨୬ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ,ବଡ଼ଚଣା ବଜାର ଠାରୁ ବିରାଟ ପଟୁଆର ରେ ମୁଖ୍ୟ ଅତିଥିଙ୍କୁ ପାଛୋଟି ଆଣିଥିଲେ ଆମ ବଡ଼ଚଣା ମହୋତ୍ସବ କମିଟିର କାର୍ଯ୍ୟକର୍ତ୍ତା। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ଯାଜପୁର ଜିଲ୍ଲାର ସାଂସଦ ରବିନ୍ଦ୍ର ନାରାୟଣ ବେହେରା ଓ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଧାୟକ ହିମାଂଶୁ ଶେଖର ସାହୁ ମହୋଦୟ ଉପସ୍ଥିତ ଥିଲେ ଆମ ବଡ଼ଚଣା ମହୋତ୍ସବ କମିଟିର ସଭାପତି ତଥା ବଡ଼ଚଣା ବିଧାୟକ ଅମର କୁମାର ନାୟକ ଏବଂ ସମ୍ପାଦକ ଦିଲ୍ଲୀପ କୁମାର ଚୌଧୁରୀ ମହୋଦୟ। ସ୍ଵାଗତ ସଙ୍ଗୀତ ମାଧ୍ୟମରେ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା,ଅତିଥି ମାନେ ପ୍ରଭୂ ଜଗତର ନାଥ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରି ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ଭବ୍ୟ ସ୍ଵାଗତ ଜଣାଇଥିଲେ,ଅତିଥି ମାନେ ନିଜ ନିଜର ଅଭିଭାଷଣ ମଞ୍ଚ ଉପରୁ ରଖିଥିଲେ। ମହୋତ୍ସବ କମିଟିର ପୁରୁଖା ସଦସ୍ୟ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିବା ସହ କମିଟି ପକ୍ଷରୁ ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା,ଚଳିତ ବର୍ଷ ଆମ ବଡ଼ଚଣା ମହୋତ୍ସବ ସାତ ଦିନ ଧରି ଅନୁଷ୍ଠିତ ହେବ ବିଭିନ୍ନ ସନ୍ଧ୍ୟାରେ ଓଲିଉଡ୍ ଓ ବଲିଉଡ ର ନାମୀଦାମୀ କଣ୍ଠ ଶିଳ୍ପୀ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ରାଜନେତା ଏବଂ ଅଭିନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *