ବିକାଶ ମେଳା ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଉଦଘାଟିତ

ପୁରୀ ଅର୍ବାନ ହାଟ ପରିସରରେ ଆଜି ବିକାଶ ମେଳାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଊଦଘାଟନ କରିଛନ୍ତି।ଏହି ମେଳା ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।ମେଳା ମାଧ୍ୟମରେ ହସ୍ତଶିଳ୍ପୀ କାରିଗର, ଛୋଟ ଛୋଟ ଉଦ୍ୟୋଗୀ ଓ ମହିଳା ଗୋଷ୍ଠୀ ମାନଙ୍କ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରି ସହ ସେମାନଙ୍କ ଆର୍ଥିକ ସ୍ଥିତି କୁ ମଜବୁତ କରିଥାଏ।ସମସ୍ତେ ନିଜ ନିଜ ଦକ୍ଷତା ର ଉପଯୋଗ ସହ ନିଜ ଆର୍ଥିକ ସ୍ଥିତି କୁ ସମୃଦ୍ଧ କରିବା ସରକାର ଙ୍କ ର ଲକ୍ଷ୍ୟ ଏବଂ ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସୂଚନା ଦେଇଥିଲେ।ମୁଖ୍ୟମନ୍ତ୍ରୀ ଙ୍କ ସହ ଊପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା,ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଶ୍ରୀମତୀ ଉପାସନା ମହାପାତ୍ର ପ୍ରମୁଖ ମେଳା ପରିଦର୍ଶନ ସହ ଶିଳ୍ପୀ ଓ ମିଶନ ଶକ୍ତି ମା ମାନଙ୍କ ସହ ଆଲୋଚନା କରିଥିଲେ।ମେଳାରେ ୭୦ ଟି ଷ୍ଟଲ ଖୋଲା ଯାଇଛି।ଏହା ସକାଳ ୧୦ ଘଟିକା ରୁ ସଂଧ୍ୟା ୯ ଘଟିକା ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ ପି ପିନାକ ମିଶ୍ର, ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *