ବିଭିନ୍ନ ଜଟିଳ ରୋଗରେ ପୀଡିତ ୫ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଠାଇଲେ ଜିଲ୍ଲାପାଳ

ବୌଦ୍ଧ,୩୦/୦୩ : ବିଭିନ୍ନ ଜଟିଳ ରୋଗରେ ପୀଡିତ ଥିବା ୫ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ କଟକ ବଡ ମେଡିକାଲକୁ ପଠାଯାଇଛି । ବିଭିନ୍ନ ଅଭିଯୋଗ ଶୁଣାଣି ଶିବିରରେ ଏହି ରୋଗୀମାନେ ପୀଡିତ ଥିବା ଦୃଷ୍ଟିକୁ ଆସିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ତତ୍କାଳ ଚିକିତ୍ସାସେବା ଯୋଗାଇ ଦିଆଯାଇଛି । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ୫ ଜଣକୁ ୩ ଟି ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ପଠାଯାଇଛି । ଚିକିତ୍ସା ପାଇଁ ପଠାଯାଇଥିବା ରୋଗୀମାନେ ହେଲେ ମାନସିକ ରୋଗରେ ପିଡିତ ଥିବା କଣ୍ଟାମାଳ ବ୍ଲକ ଦପଲାର ଲୋଚନ ସାହୁ ଏବଂ ପତର୍ଲା ଗ୍ରାମର କିଡନୀ ରୋଗରେ ପିଡିତ ଥିବା ସାନ ସାଗର,ବୌଦ୍ଧ ବ୍ଲକ ମୁକୁନ୍ଦପୁର ଗ୍ରାମର ଭାରତୀ ନନ୍ଦୀଙ୍କ ମୁହଁରେ ପ୍ଲାଷ୍ଟିକ ସର୍ଜରୀ, ହରଭଙ୍ଗା ବ୍ଲକର ଗୁରୁଡାମୁଣ୍ଡାର ଚଳନ ବାଧିତ ସୁମନ୍ତ ପ୍ରଧାନଙ୍କ ଗୋଡ ଚିକିତ୍ସା ଓ ରାମ୍ଭିକଟା ଗ୍ରାମର ସଦାନନ୍ଦ ବେହେରାଙ୍କ ବେକ ଓ ହାତର ଚିକିତ୍ସା ପାଇଁ ପଠାଯାଇଥିବା ସହକାରୀ ଜିଲାପାଳ ଚନ୍ଦ୍ରକାନ୍ତ ବେହେରା ସୂଚନା ଦେଇଛନ୍ତି । ଏହି ରୋଗୀମାନଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫାର୍ମାସିଷ୍ଟ ପ୍ରଶାନ୍ତ କୁମାର ନାଏକ,ଭେକ୍ଟର ପ୍ରଧାନ ଓ ଆକାଶ ପ୍ରଧାନ,ବୁଟୁପାଲି ସ୍ୱଧାର କେନ୍ଦ୍ର କାଉନସିଲର ସବିତା ହୋତା ଏବଂ ଜିଲାପ୍ରଶାସନ ପକ୍ଷରୁ ଟ୍ରେନିଙ୍ଗ ଅଫିସର ସୌଦାଗର ବେହେରା ଓ ରାଜେନ୍ଦ୍ର ନାରାୟଣ ସେନାପତି ଯାଇଛନ୍ତି । ବୌଦ୍ଧ ଜିଲ୍ଲାପ୍ରଶାସନ ପକ୍ଷରୁ ପୂର୍ବରୁ ଅନେକ ରୋଗୀଙ୍କୁ ବାହାରକୁ ପଠାଇ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବାବେଳେ ଜଟିଳ ରୋଗରେ ପୀଡିତ ଅନ୍ୟମାନଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ପ୍ରକାଶ କରିଛନ୍ତି । ଏହି ଅବସରରେ ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ହସପିଟାଲ ମ୍ୟାନେଜର ସଚ୍ଚିଦାନନ୍ଦ ପାଢି ଓ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମ୍ୟାନେଜର ଉତ୍ପଳ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *