ବୁଧବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ଅଚାନକ ନରେନ୍ଦ୍ର ପୁଷ୍କରିଣୀ ଗସ୍ତ

ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଦୀର୍ଘ ବର୍ଷ ହେବ ୮ କୋଟି ଟଙ୍କା ବ୍ୟୟରେ ସ୍ଥାପିତ ହୋଇଛି ଜଳଫୁଆରା, ଯେଉଁଥିରେ କି ସନ୍ଧ୍ୟା ସମୟରେ ଜଳ ମଧ୍ୟରେ ପ୍ରଦର୍ଶିତ ହେଉଥିଲା ଜଗନ୍ନାଥ ସଂସ୍କୃତି ସଂପନ୍ନ ପୌରାଣିକ ଗାଥା। କିନ୍ତୁ ବିଭିନ୍ନ ଅବ୍ୟବସ୍ଥା ଭିତରେ ଏହା ରହିଛି। ଏହା ନିଶା ଖୋର୍ ଙ୍କ ଆଡ଼ା ସ୍ଥଳୀ ହୋଇଯାଇଛି ଯାହା ଫଳ ରେ ଦର୍ଶକ ମାନେ ଆସିବାକୁ ସୁରକ୍ଷିତ ମନେ କରୁନାହାଁନ୍ତି। ଏହାର ପ୍ରବେଶ ପଥ ଅନ୍ଧାର ଓ ସୂଚନା ଫଳକ ନଥିବାରୁ ପର୍ଯ୍ୟଟକ ମାନେ ଏହା ର ସୂଚନା ପାଇ ପାରୁନାହାନ୍ତି। ଏହା ବନ୍ଦ୍ ହୋଇ ପଡ଼ି ରହିବାରୁ ଏହା କୁ ମଧ୍ୟ ସଫା କରାଯାଉନାହିଁ, ଯାହା ଦୂର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଅନ୍ୟ ପକ୍ଷରେ ସିସିଟିଭି କ୍ୟାମେରା ଅଚଳ ଯୋଗୁଁ ଲୋକ ଙ୍କ ସୁରକ୍ଷା ଉପରେ ପ୍ରଶ୍ନ ସୃଷ୍ଟି ହେଉଚି। ଏହି ସବୁ ସମସ୍ୟା କୁ ଟିମ୍ ATA ର ସଦସ୍ୟ ମାନେ ପରିଦର୍ଶନ ସମୟରେ ଦେଖିଥିଲେ। ଏହାପରେ ଅନୁଷ୍ଠାନ ର ସଦସ୍ୟ ମାନେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କୁ ଭେଟି ଜଣେଇବା ପରେ ବୁଧବାର ଦିନ ସନ୍ଧ୍ୟା ସମୟ ରେ ଜିଲ୍ଲାପାଳ ଶ୍ରୀ ବର୍ମା ବିଭାଗୀୟ ଅଧିକାରୀ ମାନଙ୍କ ସହ ଅଚାନକ ଗସ୍ତ କରିଥିଲେ ଓ ମହାପ୍ରଭୁ ଙ୍କ ଗାଥା କୁ ଦେଖିବା ସହ ସମସ୍ୟା ଗୁଡ଼ିକ ବୁଲି ଦେଖିଥିଲେ। ଏହା ପରେ ଶ୍ରୀ ବର୍ମା କାମ ରେ ଖିଲାପ ଦେଖି ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ୍ କରିବା ସହ ଅବ୍ୟବସ୍ଥା ସୁଧାରିବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ଏହି ସମୟ ରେ ଜିଲ୍ଲାପାଳ ଙ୍କ ସହ ପୁରୀ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଇଡିକୋ ର ଜେଇ ମନୋଜ ଲେଙ୍କା, ଜଳଫୁଆରା ଲିଜ ନେଇଥିବା କମ୍ପାନୀର ସରୋଜ ପାଣିଗ୍ରାହୀ, ଶ୍ରୀମନ୍ଦିର ପ୍ରଶାସନ ର ଅତିରିକ୍ତ ମୁଖ୍ୟ ଇଂଜିନିୟର ଆଶିଷ କୁମାର ସୁବୁଦ୍ଧି ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ। ଏହା କିପରି ପ୍ରଚାର ପ୍ରସାର ହୋଇପାରିବ ତାକୁ ଗୁରୁତର ସହ ନେବା ସହିତ ଅନୁଷ୍ଠାନ ର ସଦସ୍ୟ ମାନଙ୍କ ଦ୍ଵାରା କରାଯାଉଥିବା ପ୍ରଚାର ପ୍ରସାରକୁ ଭୂୟୀୟସି ପ୍ରଶଂସା କରିଥିଲେ। ଶ୍ରୀ ବର୍ମାଙ୍କ ଗସ୍ତ ବେଳେ ଅନୁଷ୍ଠାନର ସଦସ୍ୟ ଆଇନଜୀବୀ ଦେବାଶିଷ ଦାଶ,ସତ୍ୟନାରାୟଣ ସାହୁ, ସୁଧାଂଶୁ ଜେନା, ଦେବରାଜ ଦାସ, ଆଦିତ୍ୟ ନାରାୟଣ ବାରିକ୍, ବିସ୍ମୟ ମିଶ୍ର, କାହ୍ନୁ ଚରଣ ବଡ଼ପଣ୍ଡା, ରାଜେଶ୍ ସାହୁ, ବିପିନ୍ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *