ପୁରୀ ଅନ୍ନପୂର୍ଣ୍ଣା ଥିଏଟରରେ ମଂଚସ୍ଥ ହେବ ନାଟକ “ମଣିମାନ୍ତେ” ।
ବ୍ରହ୍ମପୁର-ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଶିକ୍ଷୟତ୍ରୀ ତଥା କବିୟତ୍ରୀ ଦୀପିକା ଦାସଙ୍କ ରଚିତ ନାଟକ ଆସନ୍ତା ଫେବ୍ରୁଆରୀ1ତାରିଖ ଦିନ ଅନ୍ନପୂର୍ଣ୍ଣା ଥିଏଟର-ଏ ଗୃପ ପ୍ରେକ୍ଷାଳୟ ମଂଚସ୍ଥ ହେବ । ଓଡିଶା ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଏହି ନାଟକକୁ ମଂଚସ୍ଥ କରିବା ନେଇ ବ୍ରହ୍ମପୁର ସ୍ଥିତ ଓଡିଶା ନାଟକ ସମାରୋହ ସମିତିକୁ ବିଭାଗ ତରଫରୁ ଚିଠି ହୋଇଛି । ଚିଠି ପହଂଚିବା ପରେ ବୁଧବାର ବ୍ରହ୍ମପୁର ଓଡିଶା ନାଟକ ସମାରୋହ ସମିତିର କଳାକାରଙ୍କ ତରଫରୁ ନାଟକ”ମଣିମାନ୍ତେ”ର ବହିପୂଜା କାର୍ଯ୍ୟକ୍ରମ ବ୍ରହ୍ମପୁର ହିଲପାଟଣା ସ୍ଥିତ ଗଣେଶ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ କୁମାର ପାତ୍ର,ସାଧାରଣ ସମ୍ପାଦକ ନାରାୟଣ, ସଂପାଦକ ରାଜଗୋପାଳ ପାଢ଼ୀ,ନାଟ୍ୟକାର ଦୀପିକା ଦାସ,ମଦନ ମିଶ୍ର,ରାମଚନ୍ଦ୍ର ସାସମଲ,ଡା.ମିହୀର ତ୍ରିପାଠୀ,କୈଳାସ ପାଣିଗ୍ରାହୀ, ସରୋଜ ପଣ୍ଡା,ଗିରିଜା ଶଙ୍କର ଦାସ,କୃଷ୍ଣଚନ୍ଦ୍ର ପଣ୍ଡା,ନରସିଂହ ରଣା ,ଭକ୍ତି ବିନୋଦ,ସୌରାଷ୍ଟ୍ର, ସନ୍ଦୀପ,ଅନିଲ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ନାଟ୍ୟକାର ମଦନ ମିଶ୍ରଙ୍କ ରଚିତ ନାଟକ”ଭିନ୍ନ ଏକ ପେଟେଣ୍ଟ ମେଡ଼ିସିନ” ର ମଧ୍ୟ ବହିପୂଜା ହୋଇଥିଲା । ଏହି ନାଟକ ଆସନ୍ତା ଫେବ୍ରୁଆରୀ 9 ତାରିଖରେ ବ୍ରହ୍ମପୁର ରେ ମଂଚସ୍ଥ ହେବ ।
