ପ୍ରକଳ୍ପ ଅଧିକାର ଦ୍ୱାରା “ପୃଥିବୀ ଆମର – ସୁରକ୍ଷା ଆମ ହାତରେ” ସଚେତନତା ସଭା ,,

ଦଶପଲ୍ଲା ୨୮/୦୩)ପ୍ରକଳ୍ପ ଅଧିକାର, ଦଶପଲ୍ଲା ଦ୍ୱାରା ଖମାର ସାହି ଗ୍ରାମ ପଞ୍ଚାୟତର ଦାମୋଦରପୁର ଏବଂ ତେଣ୍ଡାବାଡ଼ି ଗ୍ରାମ ପଞ୍ଚାୟତର ମଶାଵାରୀ ଗ୍ରାମରେ ବିଶ୍ୱ ଶାନ୍ତି ପାଇଁ ପୃଥିବୀ ସମୟ ପ୍ରତିଜ୍ଞା ଦିବସ ପାଳନ ଅବସରରେ “ପୃଥିବୀ ଆମର – ସୁରକ୍ଷା ଆମ ହାତରେ” ଶୀର୍ଷକ ସଚେତନତା ସଭା ସ୍ଥାନୀୟ ୱାର୍ଡ ମେମ୍ବର, ଗ୍ରାମ ଗୋଷ୍ଠୀ ଓ ଅଙ୍ଗନବାଡି କର୍ମୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟି. ପି. ସି. ଓ. ଡ଼ି.ଏଲ. ର ସାମାଜିକ ଦାୟିତ୍ୱ ବୋଧ ଓଡିଶା ମୁଖ୍ୟ ଶ୍ରୀଯୁକ୍ତ ପ୍ରଦୀପ ଘୋଷାଲ ମହୋଦୟ ଯୋଗଦାନ କରିଥିବା ବେଳେ ନୟାଗଡ଼ ଜିଲ୍ଲା ଦାୟିତ୍ୱବୋଧ ଅଧିକାରୀ ଶ୍ରୀଯୁକ୍ତ କଳିଙ୍ଗ ଚାନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଜଳ ସଂରକ୍ଷଣ କରିବା,ନିଆଁ ଦାଉରୁ ବନ ସୁରକ୍ଷା କରିବା ଓ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ସହିତ ବିଜୁଳୀ ଶକ୍ତିର ଅପବ୍ୟବହାରକୁ ବନ୍ଦ କରିବା ତଥା ପ୍ଲାଷ୍ଟିକ ବ୍ୟବହାରକୁ କମ କରିବା ପାଇଁ ଉପସ୍ଥିତ ଗ୍ରାମ ବାସୀଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଆଜିର ଏ ପୃଥିବୀ ଶାନ୍ତି ପ୍ରତିଜ୍ଞା ଦିବସ ଅବସରରେ ନିଜ ନିଜ ଗୃହରେ ରାତି 8:30–9:30 ପର୍ଯ୍ୟନ୍ତ ବିଜୁଳୀ, ମୋବାଇଲ ଓ ଟି. ଭି ବ୍ୟବହାର ଇତ୍ୟାଦି ଏକ ଘଣ୍ଟା ପାଇଁ ବନ୍ଦ କରି ପୃଥିବୀର ଜଳବାୟୁକୁ ନିୟନ୍ତ୍ରଣ ଓ ସନ୍ତୁଳିତ ରଖିବାରେ ସହାୟକ ହେବା ପାଇଁ ପ୍ରକଳ୍ପ ଅଧିକାରୀ ପ୍ରଭାତ କୁମାର ସାହୁ ଉପସ୍ଥିତ ଜନ ସାଧାରଣଙ୍କୁ ନିବେଦନ କରିଥିଲେ। ବିଶ୍ୱ ଜଳବାୟୁ ଓ ପରିବେଶ ସୁରକ୍ଷା କରିବା ଦିଗରେ ଏ ଉଦ୍ୟମ ନିଶ୍ଚୟ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଅଙ୍ଗନବାଡି କର୍ମୀ ଓ ଉପସ୍ଥିତ ଗ୍ରାମବାସୀ ମତାମତ ଦେଇଥିଲେ ଏବଂ ପ୍ରତି ଘରେ ଘରେ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଥିଲେ। ସୂଚନା ଯୋଗ୍ୟ ଯେ, ବିଶ୍ୱର ଶାନ୍ତି ପ୍ରଗତି ଓ ସୁସ୍ଥ ସମାଜ ଗଠନ ପାଇଁ ଆଜିର ଏ ଦିବସଟି ସାରା ବିଶ୍ୱରେ ବିଗତ କୋଡିଏ ବର୍ଷ ଧରି ପାଳନ ହେଇ ଆସୁଅଛି ଏଵଂ ଏହା ପ୍ରତିବର୍ଷ ମାର୍ଚ୍ଚ ମାସ ଶେଷ ଶନିବାର ଦିନ ପାଳନ କରାଯାଏ। ଜଳ, ଜନ,ବନ, ଜୀବନର ସୁରକ୍ଷା କରିବା , ବିଦ୍ୟୁତ ସଂଚୟ କରିବା , ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ କରିବା ପ୍ରସଙ୍ଗ ଆଧାରିତ ଜନ ସଚେତନତା ଗୀତ ଅଧିକାର ମିତ୍ର ଶ୍ରୀଯୁକ୍ତ ପ୍ରକାଶ ମଣ୍ଡଳ ପରିବେଷଣ କରିଥିଲେ ।ଜଳବାୟୁ ପରିବର୍ତ୍ତନ ବିଷୟରେ ସଚେତନତା ସୃଷ୍ଟି କରିବା,ବିଦ୍ୟୁତ ଶକ୍ତିର ଅପ ବ୍ୟବହାର ବନ୍ଦ କରିବା, ଜଳ, ଜୀବନ, ଜଳବାୟୁ, ପ୍ରକୃତି ଓ ଜୈବ ବିବିଧତା ତଥା ପଶୁପକ୍ଷୀଙ୍କୁ ସୁରକ୍ଷା କରିବା,ରୋଗ ମୁକ୍ତ, ସୁସ୍ଥ ସମୃଦ୍ଧ ଶାନ୍ତ ସମାଜ ପ୍ରତିଷ୍ଠା କରିବା ଏହି ଦିବସ ପାଳନ କରିବାର ଆଭିମୁଖ୍ୟ ବୋଲି ଆଲୋଚନା କରାଯାଇଥିବା ବେଳେ ଅଧିକାର ମିତ୍ର ଶ୍ରୀମତୀ ଉର୍ମିଳା ଯାନୀ,ସରୋଜିନୀ ମଳିକ, ମନୋରଞ୍ଜନ ସ୍ୱାଇଁ ଓ ପ୍ରତିମା ପ୍ରଧାନ ଇତ୍ୟାଦି ଏ ଜନ ସଚେତନତା ସଭା ଆୟୋଜନ କରିଥିଲେ।

Leave a Reply

Your email address will not be published. Required fields are marked *