ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ ତାହାର ସ୍ଥାପନା ସମୟରୁ ଚରିତ୍ର ଗଠନ ଏବଂ ବ୍ୟକ୍ତିତ୍ୱ ବିକାଶ ନେଇ କାର୍ଯ୍ୟ କରୁଛି

ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ ତାହାର ସ୍ଥାପନା ସମୟରୁ ଚରିତ୍ର ଗଠନ ଏବଂ ବ୍ୟକ୍ତିତ୍ୱ ବିକାଶ ନେଇ କାର୍ଯ୍ୟ କରୁଛି। ଏହି ବିଷୟରେ ଏକାଧାରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଓ ଉଚ୍ଚ ଶିକ୍ଷା ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରି ସମଗ୍ର ଦେଶରେ ୫୦୦ ରୁ ଅଧିକ କାର୍ଯ୍ୟଶାଳା ଆୟୋଜନ କରିଛି। ଏହି ବିଷୟରେ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ ଦେଶର ଅନେକ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ସଂସ୍ଥାନ ସହିତ ଏମଓଏୁ (MOU) ମଧ୍ୟ କରିଛି। ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ ତାହାର ଆରମ୍ଭ ସମୟରୁ ଶିକ୍ଷାରେ ଭାରତୀୟ ଜ୍ଞାନ ପରମ୍ପରାକୁ ଆଧାର କରି, ବର୍ତ୍ତମାନ ଓ ଭବିଷ୍ୟତର ଆଧୁନିକ ଆବଶ୍ୟକତାଙ୍କ ସହ ମିଶାଇ, ଦେଶର ଶିକ୍ଷାକୁ ଏକ ନୂଆ ପରିକଳ୍ପନା ଦେଇ ଭାରତୀୟ ଶିକ୍ଷାର ପୁନରୁତ୍ଥାନ ପାଇଁ ପ୍ରୟାସ ଚାଲାଇ ଆସୁଛି। ଭାରତରେ ଶିକ୍ଷାର ଉଦ୍ଦେଶ୍ୟ କେବଳ ଜୀବିକା ଉପାର୍ଜନ ନୁହେଁ, ବରଂ ମଣିଷକୁ ‘ସମ୍ପୂର୍ଣ୍ଣ ମଣିଷ’ ଭାବେ ଗଢ଼ି ତୋଳିବା ଥିଲା। ଆମେ ଏହି ଦିଗକୁ ଶିକ୍ଷାକୁ ନେବାକୁ ଚାହିଁବା। ନ୍ୟାସର ମତ ହେଉଛି ଯେ, ଶିକ୍ଷାର ପ୍ରତ୍ୟେକ ସ୍ତରରେ ଭାରତୀୟ ସଂସ୍କୃତି, ପରମ୍ପରା, ସଂବିଧାନିକ ଏବଂ ନୈତିକ ମୂଲ୍ୟବୋଧକୁ ସମ୍ମିଳିତ କରି ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶ ସୁନିଶ୍ଚିତ କରାଯିବ।

ବର୍ତ୍ତମାନ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ ୧୧ଟି ବିଷୟ, ୩ଟି ଆୟାମ, ୩ଟି କାର୍ଯ୍ୟ ବିଭାଗ ଓ ୨ଟି ଅଭିଯାନ ଉପରେ କାର୍ଯ୍ୟ କରୁଛି।ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର, ପୁରୀ ଓଡ଼ିଶା ଓ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ, ନୂଆଦିଲ୍ଲୀର ସଂଯୁକ୍ତ ତତ୍ତ୍ୱାବଧାନରେ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ ଭାରତୀୟ ଜ୍ଞାନ ପରମ୍ପରା ଶୀର୍ଷକ ତ୍ରୀ-ଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ଅକ୍ଟୋବର ୧୨ରୁ୧୪ ତାରିଖ ପର୍ଯ୍ୟନ୍ତ ଶ୍ରୀ ସଦାଶିବ ପରିସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡିଙ୍କ ସଂରକ୍ଷଣରେ ଓ ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଚଳିତ ଅଛି । ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ, ଓଡ଼ିଶା ସରକାର ଶ୍ରୀମାନ ସୁରଜ ସୂର୍ଯ୍ୟବଂଶୀ ଏବଂ ବିଶିଷ୍ଟ ଅତିଥି ଭାବେ ମାନ୍ୟବର ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ତଥା ଶିଳ୍ପ ମନ୍ତ୍ରୀ, ଓଡ଼ିଶା ସରକାର ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ବ୍ୟତୀତ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ,ନୂଆଦିଲ୍ଲୀର ସଚିବ ଡକ୍ଟର ଅତୁଲ କୋଠାରୀ, ଏବଂ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ମହାସଚିବ ଡକ୍ଟର ପଙ୍କଜ ମିତ୍ତଲ ଉପସ୍ଥିତ ରହିଥିବା ବେଳେ ଆସନ୍ତା କାଲି ( ସୋମବାର ୧୩ ଅକ୍ଟୋବର , ଦିବା ୧୧.୩୦ ଘଟିକା) ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *