ରାମଲଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ ଗେରୁଆ ରଙ୍ଗ ପାଲଟିଲା ସାରା ସହର

ଦୀର୍ଘ 5 ଶହ ବର୍ଷ ହେବ ଉତ୍ତରପ୍ରଦେଶ ର ଅଯୋଧ୍ୟା ଠାରେ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମଭୂମି ରେ ଶ୍ରୀରାମ ଙ୍କ ମନ୍ଦିର କୁ ଭାଙ୍ଗି ମୋଗଲ ସାମ୍ରାଜ୍ୟ ର ରାଜା ସେଠାରେ ମସଜିଦ ନିର୍ମାଣ କରିଦେଇଥିଲେ!ଏହାକୁ ପ୍ରତିବାଦ କରିବାରୁ ବହୁ ଲୋକ ନିଜ ଜୀବନ କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ!ଧୀରେ ଧୀରେ ମୋଗଲ ସାମ୍ରାଜ୍ୟ ର ପତନ ଘଟିଲା ପରେ ଇଂରେଜ ମାନେ ଦେଶକୁ ଶାସନ କଲେ ଏବଂ ପରିଶେଷରେ ଦେଶ ସ୍ୱାଧୀନ ହେଲା ଏବଂ ଦେଶରେ ଗଣତନ୍ତ୍ର ଶାସନ ଲାଗୁ ହେଲା!ଦେଶରେ ଜାତୀୟ କଂଗ୍ରେସ ର ଅନେକ ପ୍ରଧାନମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିଲେ କିନ୍ତୁ ଅଯୋଧ୍ୟା ରେ ମସଜିଦ କୁ ଭାଙ୍ଗି ରାମ ମନ୍ଦିର ନିର୍ମାଣ କରିପାରିଲେ ନାହିଁ!1982ମସିହାରେ ଦେଶରେ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ନେତୃତ୍ୱ ରେ ବିଜେପି ଦଳ ଗଠନ ହେଲା!ସେହି ଦିନଠାରୁ ବିଜେପି ଦଳ ର ଗୋଟିଏ ଲକ୍ଷ ରହିଲା ରାମ ମନ୍ଦିର ନିର୍ମାଣ!ଶେଷରେ ଏହାର ଅନ୍ତ ଘଟିଲା ବର୍ତ୍ତମାନ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟା ରେ ଅଯୋଧ୍ୟା ଠାରେ ରାମ ମନ୍ଦିର ନିର୍ମାଣ ହୋଇପାରିଲା!ଆଜିର ଦିନ ଅର୍ଥାତ 2024 ଜାନୁଆରୀ 22ତାରିଖ କୁ ସାରା ଦେଶ ମନେ ରଖିବ!ଏହି ଦିନରେ ରାମଲଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି!ଉକ୍ତ ଦିନ ଅଯୋଧ୍ୟା ଏବଂ ସାରା ଦେଶ ଗେରୁଆ ରଙ୍ଗ ଧାରଣ କରିବା ସହ ସମସ୍ତ ଭାରତୀୟ ଙ୍କ ମନରେ ଖୁସିର ଲହରୀ ଖେଳିଥିବା ଦେଖିବାକୁ ମିଳିଥିଲା!ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସମ୍ପୂର୍ଣ ଭାବେ ଗେରୁଆ ରଙ୍ଗ ରେ ପାଲଟି ଯାଇଥିଲା!ଜୟ ଶ୍ରୀରାମ ର ନାରା ରେ ସାରା ସହର ଗୁଂଜିଉଠିଥିଲା!ସହରରେ ଥିବା ରାମ ମନ୍ଦିର ଠାରୁ ଏକ ବିଶାଳ ରାଲି ଶ୍ରୀରାମ ଙ୍କ ଧ୍ୱନି ରେ ବାହାରି ସହର ପରିକ୍ରମା କରିଥିଲେ!ବହୁ ଦିନ ପରେ ଶ୍ରୀରାମ ଙ୍କ ମନ୍ଦିର ଅଯୋଧ୍ୟା ଠାରେ ନିର୍ମାଣ ହେବାରୁ ସାରା ଦେଶ ରେ ମୋଦିଙ୍କ ଆହ୍ୱାନ ରେ ପ୍ରତ୍ୟେକ ଘରେ ଲୋକେ ଦୀପ ଜାଳି ଦୀପାବଳି ପାଳନ କରିଥିଲେ!

Leave a Reply

Your email address will not be published. Required fields are marked *