ପ୍ରସିଦ୍ଧ ଭଦ୍ରକ କାଳୀପୂଜା
ପ୍ରସିଦ୍ଧ ଭଦ୍ରକ କାଳୀପୂଜାରେ ଏବିଭିପି, ଭଦ୍ରକ ଜିଲ୍ଲା ପକ୍ଷରୁ ସେବା ଓ ସୂଚନା କେନ୍ଦ୍ର ଓଡ଼ିଶାର ସାଂସ୍କୃତିକ ରାଜଧାନୀ ଭଦ୍ରକରେ ଅନୁଷ୍ଠିତ ଐତିହାସିକ କାଳୀପୂଜା ଉପଲକ୍ଷେ ବୁଧବାର ସନ୍ଧ୍ୟାରେ ଏବିଭିପି, ଭଦ୍ରକ ଜିଲ୍ଲା ପକ୍ଷରୁ ଉଦଘାଟିତ ହୋଇଯାଇଛି ‘ସେବା ଓ ସୂଚନା କେନ୍ଦ୍ର’। ଏହି ସୂଚନା କେନ୍ଦ୍ର ମାଧ୍ୟମରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରାଥମିକ ଚିକିତ୍ସା, ଶୁଦ୍ଧ ପାନୀୟ ଜଳ, କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଭିଡ଼ ନିୟନ୍ତ୍ରଣ, ସ୍ବଚ୍ଛତା, ଡ଼ାକବାଜି ଯନ୍ତ୍ର ଦ୍ବାରା ନିରୁଦ୍ଧିଷ୍ଟ ବ୍ୟକ୍ତିଙ୍କ ପାଇଁ ପ୍ରଚାର, ଦହି ପାଣି ବଣ୍ଟନ ଆଦି କରାଯାଉଛି।ଉଦଘାଟନ ଦିବସରେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ କାର୍ତ୍ତିକ ମଣ୍ଡଳ, ଅତିରିକ୍ତ ଜିଲ୍ଲା ଅଧିକ୍ଷକ ଶ୍ରୀଯୁକ୍ତ ଅରୂପ ଅଭିଷେକ ବେହେରା ଓ ଶ୍ରୀଯୁକ୍ତ ସମ୍ବିତ ମାଝୀ, ସନାତନ ଧର୍ମର ପ୍ରଚାରକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଏବିଭିପି ବାଲେଶ୍ଵର ବିଭାଗ ପ୍ରମୁଖ ପ୍ରାଧ୍ୟାପକ

ରମେଶ ଚନ୍ଦ୍ର ବେହେରା, ବିଭାଗ ସଙ୍ଗଠନ ମନ୍ତ୍ରୀ ଶ୍ରୀମାନ ସମ୍ବିତ ପ୍ରସାଦ ରାଉତ, ଶ୍ରୀରାମ ମହାଯଜ୍ଞ ସମିତି ଭଦ୍ରକର ପ୍ରତିଷ୍ଠାତା ସଦସ୍ୟ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଜିଲ୍ଲା ପ୍ରମୁଖ ସ୍ବାଧୀନ ସୁନ୍ଦର ଦାସ, ଜିଲ୍ଲା ସଂଯୋଜକ ଓଁକାର ମହାନ୍ତିଙ୍କ ସମେତ ଜିଲ୍ଲା, ବିଭାଗ ଓ ପ୍ରାନ୍ତ ସ୍ତରୀୟ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ୯ ଦିନ ବ୍ୟାପୀ ଏହି ସେବା କାର୍ଯ୍ୟ ଏବିଭିପି ୧୯୭୨ ମସିହାରୁ ଜାରି ରଖିଛି।
