ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ପକାଇଲେ ୩ଲକ୍ଷ ଶ୍ରଦ୍ଧାଳୁ


ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ଼ ଶୁକ୍ରବାର ପ୍ରାତଃ ରେ ସମାପନ ହୋଇଛି। ଗୁରୁବାର ମାଘ୍ ଷଷ୍ଠୀ ରାତିରେ ପ୍ରାୟ ୩ଲକ୍ଷ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଆରାଧ୍ୟ ଦେବତା ତିନି ଠାକୁର ସୁସଜ୍ଜିତ ବିମାନରେ ସେବକ ମାନଙ୍କ ଦ୍ବାରା ନୃତ୍ୟ ଗୀତର ରୋଷଣୀରେ ଆସି ଚନ୍ଦ୍ରଭାଗା ତିର୍ଥରେ ପହଞ୍ଚିଥିଲେ। ସେଠାରେ ବିଭିନ୍ନ ନିତିକାନ୍ତି ପରେ ଭୋର୪.୩୬ ମିନିଟରେ ତିନି ଠାକୁରଙ୍କୁ ତୀର୍ଥ ଜଳରେ ସ୍ନାନ କରାଯାଇଥିଲା। ପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ମାନେ ତୀର୍ଥ ପୁଷ୍କରିଣୀ ରେ ବୁଡ ପକାଇଥିଲେ। ପରେ ପରେ ଚନ୍ଦ୍ରଭାଗା ବେଳାଭୂମିରେ ପ୍ରାୟ ୩ଲକ୍ଷ ଶ୍ରଦ୍ଧାଳୁ ଉପସ୍ଥିତ ହୋଇ ଉଦିତ ସୂର୍ଯ୍ୟକୁ ଅପେକ୍ଷା କରି ହରିବୋଲ ହୁଳହୁଳି ଦେଇ ସ୍ବାଗତ ଜଣାଇଥିଲେ। ସକାଳ ୬.୩୬ ମିନିଟରେ ସୂର୍ଯୟନାରାୟଣ ଶ୍ରଦ୍ଧାଳୁ ମାନଙ୍କ ସହ ଲୁଚକାଳି ଖେଳି ଦୃଶ୍ୟମାନ ହୋଇଥିଲେ। ଶ୍ରଦ୍ଧାଳୁ ମାନେ ସୂର୍ଯ୍ୟ ପୂଜା ଆଦି କର୍ମ କରୁଥିବା ଦେଖିବାକୁ ମିଳିଥିଲା।

ଜ୍ଞାନ ରଞ୍ଜନ ବିଶ୍ଵାଳ

Leave a Reply

Your email address will not be published. Required fields are marked *