ପ୍ରସିଦ୍ଧ ଶ୍ରୀ ଗୋପୀନାଥ ଜୀଉ ଙ୍କ ପ୍ରସିଦ୍ଧ ଖିରି ଭୋଗ

ଅଂଚଳର ପ୍ରସିଦ୍ଧଶ୍ରୀ ଗୋପୀନାଥ ଜୀଉ ଙ୍କ ପ୍ରସିଦ୍ଧ ଖିରି ଭୋଗ – ପ୍ରସାର ଓ ପ୍ରଚାରଜେ ଅଭାବ ଯୋଗୁ ଲୋସାଲୋଚନ ର ଅଗୋରାଚାର ରେରଘୁନାଥପୁତ୍ର ..ଗଜପତି ଶାସନ କାଳରେ ଜଗତସିଂପୁରରେ ଅନେକ ଗୁଡ଼ିଏ ଗଡ ଥିଲା ଯେପରିକି ଗଡକୁଜଙ୍ଗ, ଗଡହରିଶପୁର, ଗଡବିଶୁନପୁର ଓ ପାରାଦ୍ଵିପଗଡ ଏହାଛଡା ଅନ୍ୟ ଏକ ଗଡ ହେଉଛି ଧଳତଙ୍ଗଗଡ। ଧଳତଙ୍ଗଗଡ ହେଉଛି ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଏକମାତ୍ର ଜଙ୍ଗଲ ଯାହାକି ୨୭୯ ଏକର ଅଞ୍ଚଳ ରେ ନିଜ କାୟାବିସ୍ତାର କରି ରଖିଛି। ଲୋକଲୋଚନ ଓ କୋଳାହଳ ରୁ ଦୂର ରେ ଏହି ଧଳତଙ୍ଗଗଡ ର ଘଞ୍ଚ ଜଙ୍ଗଲ ମଧ୍ୟ ରେ ବିରାଜ କରିଛନ୍ତି ଶ୍ରୀ ଗୋପୀନାଥ ଜୀଉ। ଗୋପୀନାଥ ଙ୍କ ଏହି ବିଗ୍ରହ ଟି ଆନୁମାନିକ ୧୫ଶ ଶତାବ୍ଦୀ ର ଏକ କଳା ମୁଗୁନି ପଥର ର ବିଗ୍ରହ ଯାହାଙ୍କ ସହ ପିତ୍ତଳ ର ଏକ ରାଧା ମୂର୍ତ୍ତି ପୂଜା ପାଉଛନ୍ତି। ଯେଉଁ ସମୟ ରେ ଶ୍ରୀ ଚୈତନ୍ୟ ଙ୍କ ଦ୍ଵାରା ସମ୍ପୂର୍ଣ୍ଣ ଓଡ଼ିଶା କୃଷ୍ଣ ପ୍ରେମ ପାଇଁ ଅନୁପ୍ରାଣିତ ହେଇ ଥିଲା ଏହା ସେହି ସମ ସାମୟିକ ବିଗ୍ରହ । ଏହି ମନ୍ଦିର ରେ ଗୋପୀନାଥ ଜୀଉ ଙ୍କ ପୂଜା ଓ ସେବା ଅନ୍ୟ ମନ୍ଦିର ଗୁଡ଼ିକ ଠୁ ସମ୍ପୂର୍ଣ୍ଣ ଅଲଗା। ଅନ୍ୟ ମନ୍ଦିର ମାନଙ୍କ ରେ ଦିଅଁ ମାନେ ନିଜ ଆସ୍ଥାନ ରୁ ନ ଉଠି ଗୋଟିଏ ସ୍ଥାନ ରେ ରହି ପୂଜା ପାଆନ୍ତି କିନ୍ତୁ ଏହି ମନ୍ଦିର ରେ ଦିଅଁ ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ସେବକ ଙ୍କ ଦ୍ଵାରା ଯିବା ଆସିବା କରି ସେବା ପାଆନ୍ତି। ଦିଅଁ ଙ୍କ ସେବା ଅବିକଳ ଓଡ଼ିଆ ଘର ର ଦମ୍ପତି ଙ୍କ ଦିନଚର୍ଯ୍ୟା ଭଳି ହେଇଥାଏ। ରାତ୍ରି ପହୁଡ଼ ସମୟ ରେ ଶ୍ରୀ ଗୋପୀନାଥ ଓ ରାଧା ଙ୍କ ବିଗ୍ରହ କୁ ଏକ ପଲଙ୍କ ରେ ସୁଆଇଦିଆ ଯାଏ। ପରଦିନ ସକାଳେ ପୂଜକ ପହୁଡ଼ ଫିଟାନ୍ତି ଓ ଏକ ଓଡ଼ିଆ ବୋହୂ ଭଳି ରାଧା ଙ୍କୁ ପ୍ରଥମେ ଶେଯ ରୁ ଉଠାନ୍ତି ଓ ତାଙ୍କ ସ୍ନାନ ଶୃଙ୍ଗାର ସାରି ମୁଖ୍ୟ ଆସ୍ଥାନ ରେ ସ୍ଥାପିତ କରନ୍ତି । ଏହାପରେ ଗୋପୀନାଥ ଙ୍କ ବିଗ୍ରହ କୁ ନିଦ ରୁ ଉଠାନ୍ତି ଓ ବାସି ବିଛଣା କୁ ଠିକ୍ କରନ୍ତି, ଏହାପରେ ପୁରୁଣା ବସ୍ତ୍ର ଖୋଲି ଗୋପୀନାଥ ଙ୍କ ଦେହ ରେ ତେଲ, ଚୁଆ ଲଗାଇ ସ୍ନାନ କରେଇ ଦିଅନ୍ତି ତା ପରେ ଆରମ୍ଭ ହୁଏ ଚନ୍ଦନ ରେ ଶୃଙ୍ଗାର , ଶୃଙ୍ଗାର ପରେ ନୂତନ ବସ୍ତ୍ର ପରିଧାନ କରି ବଂଶୀ ଓ ମୁକୁଟ ଲଗାଇ ଗୋପୀନାଥ ସ୍ଥାପନ ହୁଅନ୍ତି ମୁଖ୍ୟ ଆସ୍ଥାନ ରେ । ବାଲ୍ୟ ଭୋଗ ରେ ଚୁଡ଼ା କଦଳୀ ଭୋଗ ଲାଗିଥାଏ, ମଧ୍ୟାହ୍ନ ରେ ଅନ୍ନ, ଡାଲମା ସହ ଖିରି ଭୋଗ ଲାଗିଥାଏ । ସନ୍ଧ୍ୟା ଧୂପ ରେ ପ୍ରତି ମାସ ରେ ଦହି ପଖାଳ,ପୋଡ଼ା ପିଠା ,ବେଲ ପଣା ଆଦି ଭୋଗ ବଦଳି କରି ଦିଆଯାଏ । ଖିରି ହେଉଛି ଏଠାକାର ମୁଖ୍ୟ ଭୋଗ ଯାହାକୁ କି ମଇଁଷି କ୍ଷୀର ରେ ପ୍ରସ୍ତୁତ କରାଯାଏ ଓ ଅନ୍ୟ ସବୁ ରୋଷେଇ ପାଇଁ ମଇଁଷି ଘିଅ ବ୍ୟବହାର କରାଯାଏ। ପହୁଡ଼ ସମୟ ରେ ପୂଜକ ଗୋପୀନାଥ ଜୀଉ ଓ ରାଧା ରାଣୀ ଙ୍କୁ ପଲଙ୍କ କୁ ନେଇ ଆସନ୍ତି ଓ ପାଦ ସେବା ଦିଅନ୍ତି ଓ ସୁଆଇ ଦେଇ ପହୁଡ଼ ପକାନ୍ତି। ଜନ୍ମାଷ୍ଟମୀ,ଝୁଲଣ ଯାତ୍ରା ଓ ଦୋଳ ପର୍ବ ହେଉଛି ଗୋପୀନାଥ ଜୀଉ ଙ୍କ ମୁଖ୍ୟ ପର୍ବ ଗୁଡ଼ିକ। ୨୦୨୩ ପୂର୍ବରୁ ଠାକୁର ଏକ ଚାଳ ଛପର ଘରେ ରହୁଥିଲେ । ଏବେ ପୂଜକ,ସ୍ଥାନୀୟ ବାସିନ୍ଦା ଓ ସରକାର ଙ୍କ ଦ୍ଵାରା ଏକ ନୂତନ ମନ୍ଦିର ନିର୍ମାଣ ହେଉଛି। ପୂଜକ ଶ୍ରୀ ମାନସ କୁମାର ଦାଶ ଗୋପୀନାଥ ଜୀଉ ଙ୍କୁ ନିଜ ପୁଅ ଭଳି ସେବା କରନ୍ତି ଓ ମଝି ରେ ମଝି ରେ ଦିଅଁ ଙ୍କୁ “ବୁଢା” କହି ସମ୍ବୋଧନ କରନ୍ତି । ବିଗ୍ରହ ଙ୍କ ଓଜନ ୨୫ କିଲୋଗ୍ରାମ ରୁ ଅଧିକ ହେବ ଏତେ ଓଜନ ର ବିଗ୍ରହ ଙ୍କୁ ପ୍ରତିଦିନ ଏକ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ଉଠାଇ ନେଇ ସେବା କରିବା ସହଜ କାମ ନୁହେଁ କିନ୍ତୁ ଗୋପୀନାଥ ଜୀଉ ଙ୍କ ଆଶୀର୍ବାଦ ଯୋଗୁଁ ସବୁ ସମ୍ଭବ ହେଇ ପାରୁଛି। ମାନବ ଓ ଈଶ୍ୱର ମଧ୍ୟ ରେ ଏଭଳି ସମ୍ପର୍କ ଓ ଈଶ୍ୱର ଙ୍କ ଏଭଳି ମାନବୀୟ ଲୀଳା ଦେଖିଲେ ଖୁବ୍ ଆଶ୍ଚର୍ଯ୍ୟ ଲାଗେ।

Leave a Reply

Your email address will not be published. Required fields are marked *