ପ୍ରସିଦ୍ଧ ମାଇପି ମେଳା ଆନନ୍ଦ ଉଲ୍ଲାସ ରେ ପାଳନ

ପୁରୀ ଜିଲ୍ଲା ନିମାପଡାର ନିଆରା ପରମ୍ପରା ପ୍ରସିଦ୍ଧ ମାଇପି ମେଳା ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପବିତ୍ର ଚୈତ୍ରମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ଦିନ ନିମାପଡା ଭୋଗଶାଳଦା ପଂଚାୟତର କାନପୁର ଗ୍ରାମରେ ଥିବା ବଟ ଗୋସେଇଁ ଙ୍କ ପୀଠରେ ଏହି ମେଳା ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ ଶହ ଶହ ସଂଖ୍ୟାରେ ମହିଳା ମାନସିକଧାରୀ ମାନେ ପୂର୍ବଦିନ ହବିଷ କରି ନୂତନ ବସ୍ତ୍ର ପରିଧାନ କରି ରାତ୍ରି ୧୨ ଟାରୁ ପରଦିନ ଦିନ ୧୨ ଟା ବାରଘଣ୍ଟା ଧରି ନିରାକାର ପରମବ୍ରହ୍ମ ବଟ ଗୋସେଇଁ ଙ୍କ ପୀଠ ଚତୁଃପାର୍ଶ୍ଵରେ ଅଧିଆ ପଡିଥାନ୍ତି । ବିଶ୍ଵାସ ରହିଛି ଏହି ପବିତ୍ର ଦିନରେ ଏହି ପୀଠରେ ମାନସିକ ରଖି ଅଧିଆ ପଡିଲେ ଅପୌତ୍ରିକ ପୁତ୍ର ଲାଭ କରେ ଓ ସମସ୍ତ ମାନସିକ ପୂରଣ ହୋଇଥାଏ । ଏହି ବିଶ୍ଵାସ ରଖି ଆଖ ପାଖ ଅଞ୍ଚଳ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମହିଳା ମାନେ ଆସି ଏଠାରେ ଅଧିଆ ପଡିଥାନ୍ତି । ପରମ୍ପରା ଅନୁଯାୟୀ ପ୍ରତ୍ୟୁଷରୁ ଠାକୁରଙ୍କ ନୀତିକନ୍ତି ପରେ ଦ୍ଵିପ୍ରହରେ କୋଠା ଭୋଗ କରାଯାଇଥାଏ । କୋଠ ଭୋଗ ପରେ ମନ୍ଦିରର ସେବକ ମାନେ ମାନସିକଧାରୀଙ୍କ ଉପରେ ଆଶୀର୍ବାଦ ସୂଚକ ଜଳ ସିଂଚନ କରି ମହିଳାମାନେ ପଣା ସେବନ କଲାପରେ ଅଧିଆରୁ ଉଠିଥାନ୍ତି । ବାଇଟି – ସ୍ବର୍ଣ୍ଣଲତା ମହାନ୍ତି I (ମହିଳା ଭକ୍ତ )ବାଇଟି – ଦୀପକ କୁମାର ଦାଶ (ପୂଜକ )ବାଇଟି – ରଂଜିତ ସାହୁ I (ସଦସ୍ୟ ବଟ ଗୋସାଇଁ ମାଇପି ମେଳା ଟ୍ରଷ୍ଟ ବୋର୍ଡ଼ ) I

Leave a Reply

Your email address will not be published. Required fields are marked *