ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ ରେ ଭକ୍ତ ଓ ତ୍ରିଶମ୍ଭୁ ଙ୍କ ଯାତ୍ରା ବାଧାପ୍ରାପ୍ତ ଆଶଙ୍କା
୪ଦିନ ପରେ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ, ତୀର୍ଥ ପୁଷ୍କରିଣୀ ମୁଖ୍ୟ ରାସ୍ତା ଅଧାପନ୍ତରିଆ, ଉଠିଗଲାଣି ଗୋଡି, ଶ୍ରଦ୍ଧାଳୁ ଭକ୍ତ ଓ ତ୍ରିଶମ୍ଭୁଙ୍କ ଯାତ୍ରା ବାଧାପ୍ରାପ୍ତ ଆଶଙ୍କା।କୋଣାର୍କ – ୪ଦିନ ପରେ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ଠାରେ ମାଘସପ୍ତମୀ ବୁଡ ଅନୁଷ୍ଠିତ ହେବ। ଏଥିପାଇଁ ପୂର୍ତ୍ତବିଭାଗ, ଓ୍ବାଟକୋ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଓ ଡ୍ରେନେଜ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।କୋଣାର୍କ – ପୁରୀ ଜାତୀୟ ରାଜପଥ ରାସ୍ତାର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀକୁ ସଂଲଗ୍ନ କରୁଥିବା ମୁଖ୍ୟ ରାସ୍ତା କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ବେଳେ ରାସ୍ତାରୁ ଗୋଡି ଉଠିଯିବା ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହେବା ସହ ବୁଡ ପକାଇବା ପାଇଁ ଆସିଥିବା ଶ୍ରଦ୍ଧାଳୁ ଭକ୍ତ ଓ ତ୍ରିଶମ୍ଭୁଙ୍କ ଶୋଭାଯାତ୍ରା ବ୍ଯାହାତ ହେବା ଆଶଙ୍କା ସୃଷ୍ଟି ହୋଇଛି।

ଏହି ରାସ୍ତା ଦେଇ ତ୍ରିଶମ୍ଭୁ ଶୋଭାଯାତ୍ରାରେ ଯାଇ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ସ୍ନାନ ମଣ୍ଡପ ଠାରେ ପହଞ୍ଚି ସେଠାରେ ଦେବନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ। ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ସଂଲଗ୍ନ ତେଲୁଗୁ ବସ୍ତିର ମୁଖ୍ୟ ରାସ୍ତା ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ସହ ଶ୍ରଦ୍ଧାଳୁ ଭକ୍ତ ଓ ତ୍ରିଶମ୍ଭୁଙ୍କ ସୁରକ୍ଷିତ ଶୋଭାଯାତ୍ରା ନିମନ୍ତେ ପବିତ୍ର ମାଘସପ୍ତମୀ ବୁଡ ପୂର୍ବରୁ ସୁଗମ ଗମନାଗମନ ନିମନ୍ତେ କାର୍ଯ୍ୟକ୍ଷମ କରିବା ପାଇଁ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ସାଧୁସନ୍ଥ, ସେବାୟତ ଓ ଶ୍ରଦ୍ଧାଳୁ ଭକ୍ତମାନେ ଦାବି କରିଛନ୍ତି।
