ଧାନ ଥୋଇ ନ୍ୟାୟ ମାଗିଲେ ଚାଷୀ

ଜିଲ୍ଲାପାଳଙ୍କ ସମ୍ମୁଖ ଟେବୁଲ୍ ଉପରେ ମୁଠା ମୁଠା ଧାନ ଥୋଇଲେ ଚାଷୀ । ସିଧା ସଳଖ କହିଲେ, ଆମ ଧାନର ମାନ ଠିକ୍ ଅଛି,ଭଦ୍ରକ ଜିଲ୍ଲାପରିଷଦ ବୈଠକରେ ହଙ୍ଗାମା ବିରୋଧୀ-ଶାସକ ବିଧାୟକ ମୁହାଁମୁହିଁତଥାପି ୮-୧୦ କେଜି କଟୁଛି। ପ୍ରତିବାଦ କଲେ ଧାନ ନେଉନାହାନ୍ତି । ଚଳିତ ବର୍ଷ ବାତ୍ୟା ପ୍ରଭାବରେ ଅମଳ କମ୍ ହୋଇଛି। ପୁଣି ମଣ୍ଡିରେ ଏତେ ଧାନ କାଟିଲେ ଆମେ ସହିପାରିବୁନି। ମରିଯିବୁ ଆଜ୍ଞା…। ଭଦ୍ରକ ଜିଲ୍ଲା ପରିଷଦର ସପ୍ତମ ବୈଠକ ରେ ଚାଷୀମାନେ ପହଞ୍ଚି ଧାନକିଣାରେ ଅବ୍ୟବସ୍ଥାକୁ ନେଇ ହଙ୍ଗାମା କରିଥିଲେ । ଧାନ ମାନ ଠିକ୍ ଥିଲେ ବି ୮ରୁ ୧୦ କେଜି କଟଯାଉଥିବା ଅଭିଯୋଗ କରି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କୁ ନେହୁରା ହୋଇଥିଲେ । ଏନେଇ ପଦକ୍ଷେପ ନେବାକୁ ଦାବି କରିଥିଲେ।ପରେ ଧାନ କିଣା ବିଭ୍ରାଟକୁ ନେଇ ବିରୋଧୀ ଦଳ ବିଧାୟକମାନେ ବର୍ଷିଥିଲେ । ଯାହାକୁ ନେଇ ବିରୋଧୀ-ଶାସକ ଦଳ ବିଧାୟକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ତୁ ତୁ ମେଁ ମେଁ ଯାଏଁ କଥା ଗଲା । ହୋ-ହାଲ୍ଲା, ହାଙ୍ଗମା, ବୟାନ ବାଜିରେ ସରିଛି ଭଦ୍ରକ ଜିଲ୍ଲା ପରିଷଦ , କାହିଁକି ୮-୧୦ କେଜି କଟ୍‌ନି ଛଟିନ୍‌ ହେବ ବୋଲି କହିଥିଲେ। ଏହାକୁ ନେଇ ଉଗ୍ରରୂପ ନେଇଥିଲା ବିବାଦ।ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଏନେଇ ଯୋଗାଣ ବିଭାଗକୁ ଦାୟୀ କରିଥିଲେ । ଜିଲ୍ଲାପାଳ ଓ ସହ ଯୋଗାଣ ଅଧିକାରୀଶରତ ଚନ୍ଦ୍ର ବେହେରାଙ୍କ ପାଇଁ ଆଜି ଜିଲ୍ଲାର ଚାଷି ହତାଶ ହୋଇପଡ଼ିଛନ୍ତି । ତାଙ୍କ ତ୍ରୁଟି ପାଇଁ କିଛି ମଣ୍ଡିର ମାମଲା ହାଇକୋର୍ଟକୁ ଯାଇଛି । ତରବରିଆ ଭାବେ ଗୋଟିଏ ଗ୍ରୁପ୍‌କୁ କାଟି ଆଉ ଗୋଟିଏ ଗ୍ରୁପ୍‌ ଧାନ କିଣା ଅନୁମତି ଦେବାରୁ ଏଭଳି ସଙ୍ଗିନ ସ୍ଥିତି ଦେଖାଦେଇଛି । ଧାନ ଅମଳ କରି ଚାଷୀ ବିକିପାରୁନି । ଚାଷୀ ଏବେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବ। ଭଦ୍ରକ ଜିଲ୍ଲାର ଯଦି ଚାଷୀ ଜୀବନ ହାରବ, ସେଥିପାଇଁ ସହ ଯୋଗାଣ ଅଧିକାରୀ ଶ୍ରୀ ବେହେରା ଦାୟୀ ରହିବେ ବୋଲି ସଞ୍ଜୀବ କହିଥିଲେ।ସଞ୍ଜୀବ ଆହୁରି କହିଥିଲେ, ବିଳମ୍ବରେ ମଣ୍ଡି ଖୋଲିବା, ଆରମ୍ଭରୁ ବାହାର ମିଲରଙ୍କୁ ସୁଯୋଗ ନ ଦେବା ଆଦି ନିଷ୍ପରି ପାଇଁ ଆଜି ଚାଷୀ କାନ୍ଦୁଛି । ଧାନର ମାନ ଖରାପ ଦର୍ଶାଇ ଚାଷୀଙ୍କ ସ୍ୱରକୁ ଚାପି ଦିଆଯାଉଛି । ଯୋଗାଣ ବିଭାଗର ଅପାରଗ ବ୍ୟବସ୍ଥାରୁ ଓହରି ମଣ୍ଡି ବିବାଦ ବଢ଼ିଥିବା ସେ ପ୍ରକାଶ କରିଥିଲେ। ପରେ ଚାନ୍ଦବାଲି ବିଧାୟକ ଡଃ ବ୍ୟୋମକେଶ ରାୟ ମଣ୍ଡିରେ ଅବ୍ୟବସ୍ଥା ନେଇ ପ୍ରଶାସନକୁ ଦାୟୀ କରିଥିଲେ । ୮ରୁ ୧୦ କେଜି ଧାନ କଟାଯାଇଛି । ପ୍ରତିବାଦ ୮ ମିଲର୍ ଧାନ ଉଠାର ନାହାନ୍ତି ବୋଲି କହିଥିଲେ । ବାତ୍ୟା ଦାନା ନିମନ୍ତେ ଆସିଥିବା ଉନ୍ନୟନ କାର୍ଯ୍ୟରେ । ପ୍ରଶାସକ ମର୍ଜିରେ କାମ କରୁଛନ୍ତି । ଜନପ୍ରତିନିଧିଙ୍କୁ ଉପେକ୍ଷା କରୁଛନ୍ତି । ଶାସକ ଦଳର ହାତବାରିସ ସାଜି କାମ କରୁଥିବା ସେ ଅଭିଯୋଗ କରିଥିଲେ । ଏ ବାବଦରେ ଚାନ୍ଦବାଲି ବିଡିଓ ଉତ୍ତର ରଖୁଥିବା ବେଳେ ବ୍ୟୋମକେଶ ତାଙ୍କ ଉପରେ ବର୍ଷିଥିଲେ । • ତାଙ୍କ କଥାକୁ ଭଦ୍ରକ ବିଧାୟକ ସିତାଂଶୁ ସେଖର ମହାପାତ୍ର ପ୍ରତିବାଦ କରିଥିଲେ । ବିଧାୟକ ସିତାଂଶୁ କହିଥିଲେ, ୨୪ ବର୍ଷ ଧରି ଶାସନ କରୁଥିଲା । ଆଉ ନୁହଁ । ଏଭଳି ଚଳିବନି I ଅଫିସରଙ୍କୁ ସମ୍ମାନ ଦେବା ରଚିତ । ସେମାନେ କ’ଣ ବାରମାସିଆ କି ବୋଲି ପଚାରିଥିଲେ । ଏହାକୁ ନେଇ ଚାନ୍ଦବାଲି ବିଧାୟକ ବ୍ୟୋମକେଶଙ୍କ ସହ ଭଦ୍ରକ ବିଧାୟକ ସିତାଂଶୁକ କଥା କଟାକଟି ହୋଇଥିଲା ବାସୁଦେବପୁର ବିଧାୟକ ଅଶୋକ ଦାସ, ଜିଲ୍ଲାପରିଷଦ ସଦସ୍ୟ ବି ଧାନ କିଣା ପ୍ରସଙ୍ଗରେ ଶାସକ ଦଳକୁ ଦାୟୀ କରିଥିଲେ । ସରକାର- ମିଲର୍‌ଙ୍କ ସିଣ୍ଡିକେଟ ସରକାର ଚଳିବଳି ବୋଲି କହି ନାରାବାଜି କରିଥିଲେ । ଧାନ କିଣା ପ୍ରସଙ୍ଗରେ * ମିଲରଙ୍କ ଶୋଷଣ ନୀତି ଚଳିବନି ବୋଲି କହିଥିଲେ। । ମେଗା ପ୍ରକଳ୍ପରେ ବଡ଼ ଦୁର୍ନୀତି କଥା ଉଠାଇଥିଲେ। ଜିଲ୍ଲା ପରିଷଦ ସଦସ୍ୟ ଚାଷୀଙ୍କ ପ୍ରତି ହେଉଥିବା ଅଭିଯୋଗ ଆଣିଥିଲେ । ୮-୧୦ କେଜି । କାଟିଲେ ଧାନ ନେବୁ ବୋଲି ମିଲର କହୁଥିବା ଚାଷୀ ଅକ୍ଷୟ ଦାସ ଅଭିଯୋଗ କରିଥିଲେ

Leave a Reply

Your email address will not be published. Required fields are marked *