ସପ୍ତାବରଣ ଲେଖିକା ସାହିତ୍ୟ ଓ ସଂସ୍କୃତି ପରିଷଦ ‘ର ପଞ୍ଚମ ସାହିତ୍ୟ ଆସର ଓ ଆଲୋଚନା ଚକ୍ରରେ
ତା.. ୩୧.. ୧୦.. ୨୦୨୫ରିଖ ଶୁକ୍ରବାର ସମୟ ଅପରାହ୍ଣ ୦୪ଘଟିକା ସମୟରେ ସ୍ଥାନୀୟ ବଡ଼ଦାଣ୍ଡ ସ୍ଥିତ ଭକ୍ତ ସାଲବେଗ ପାଠାଗାରର ସଭାଗୃହରେ ସଭାମୁଖ୍ୟ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ, ମିଶ୍ର ମହୋଦୟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ଆସରକୁ ଉଦ୍ଘାଟନ କରିଥିଲେ ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ପଟ୍ଟନାୟକ , ମୁଖ୍ୟ ଅତିଥି ଭାବରେ ପଣ୍ଡିତ ସଦାଶିବ ମିଶ୍ର, ମୁଖ୍ୟ ବକ୍ତା ଭାବରେ ଡ଼କ୍ଟର. ପ୍ରମୋଦ କୁମାର ଦଳାଇ , ଓ ସମ୍ମାନନୀୟ ଅତିଥି ଭାବରେ ଶ୍ରୀପର୍ଣ୍ଣାର ସମ୍ପାଦକ ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ର ମଞ୍ଚାସୀନ ହୋଇଥିଲେ । ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ପାଦପଦ୍ମରେ ଉପସ୍ଥିତ ସ୍ରଷ୍ଟା ବୃନ୍ଦ ଭକ୍ତି ନୈବେଦ୍ୟ ଅର୍ପଣ କରିବା ଅବସରରେ କଣ୍ଠଶିଳ୍ପୀ ସୁଶ୍ରୀ ମୀରା ମହାନ୍ତି ସୁମଧୁର ଜଣାଣ ଗାନ କରିଥିଲେ । ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର ତା.୦୮. ୦୩. ୨୦୨୫ରିଖରେ ହୋଇଥିବା ଚତୁର୍ଥ ସାହିତ୍ୟ ଆସରର ସମ୍ପାଦକୀୟ ବିବରଣୀ ପାଠକରିଥିଲେ । ଏହି ପବିତ୍ର ଅବସରରେ ଶ୍ରୀକ୍ଷେତ୍ରର ବରିଷ୍ଠ ଶିଶୁ ସାହିତ୍ୟିକ ଦିବଂଗତ ପ୍ରାଣକୃଷ୍ଣ ମହାପାତ୍ର, ଯଶସ୍ବୀ କବି ଦିବଂଗତ ଶଙ୍କର୍ଷଣ ପରିଡା ଓ ସାହିତ୍ୟିକ ଦିବଂଗତ ନନି ଗୋପାଳ ମାନ୍ନାଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯଇଥିଲା ।

ଏହି ଭବ୍ୟ ସମାରୋହରେ ସଭାପତି ଅନୁଷ୍ଠାନ ସମ୍ପର୍କରେ ସୂଚନା ଦେବା ସଙ୍ଗେ ସଙ୍ଗେ ମୁଖ୍ୟ ଅତିଥିଙ୍କ ସାରଗର୍ଭକ ଭାଷଣରେ ସମ୍ପୂର୍ଣ୍ଣ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଯାଇଥିଲା ଏବଂ ମୁଖ୍ୟବକ୍ତା ଡ଼କ୍ଟର ଦଳାଇ ରାଧାଙ୍କ ପାଦଦର୍ଶନ ଏବଂ ଅଁଳା ନବମୀ ବିଷୟରେ ଅତି ସୁନ୍ଦର ବକ୍ତବ୍ୟ ଦେଇଥିଲେ । ଉଦ୍ ଘାଟକ ଶ୍ରୀଯୁକ୍ତ ପଟ୍ଟନାୟକ ଅନୁଷ୍ଠାନର ମଙ୍ଗଳ କାମନା ଜରିଥିଲେ ଏବଂ ଶେଷରେ ଶ୍ରୀପର୍ଣ୍ଣାର ସମ୍ପାଦକ ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ର ସମକାଳୀନ କବିତାର ଶୈଳୀ ଓ ଏହାର ଲୋକ ପ୍ରିୟତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସୁରେଶ କୁମାର ପଟ୍ଟନାୟକ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହିତ ପରିଚୟ ପ୍ରଦାନ କରିଥିଲେ କବି ମହେନ୍ଦ୍ର କୁମାର ଦାଶ ଏବଂ ସଭାକୁ ପରିଚାଳନା କରିଥିଲେ ଅନୁଷ୍ଠାନର ଉପସଭାପତି ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଏହି ଅବସରରେ କବୀ କଳ୍ପନା ଦାଶ , କବୀ କମଳିନୀ ପାଣିଗ୍ରାହୀ ଓ କବୀ ସୁଶ୍ରୀ ଶୁଭଶ୍ରୀ ମହାପାତ୍ରଙ୍କ ସଂଯୋଜନା କ୍ରମେ କବୀ ପ୍ରତିଭା ଦାଶ, କମଳ କୁମାର ଦାଶ, ସୁବାଷ ଚନ୍ଦ୍ର ମିଶ୍ର, ସଂଘମିତ୍ରା ଜେନା, ପ୍ରଲିପ୍ତା ଛୋଟରାୟ, ସତ୍ୟଭାମା ନାୟକ , ଯୋଗେଶ୍ୱର ନାୟକ, ଚିନ୍ମୟୀ ଗଜେନ୍ଦ୍ର , ଭାରତୀ ଭୂଷଣ ଦାସ, ଯୋଗେନ୍ଦ୍ର ସାହୁ, ଧ୍ରୁବ ମୁଦୁଲି ରୋଜାଲିନ ପଣ୍ଡା, ଉର୍ମିଳା ସାମନ୍ତରାୟ , ଡ଼କ୍ଟର ରୂପଶ୍ରୀ ମିଶ୍ର ଚନ୍ଦ୍ରଶେଖର ମହାରଣା, ମହେଶ୍ୱର ଜେନା, ଚନ୍ଦ୍ରଶେଖର ନାୟକ , ଡ଼କ୍ଟର. ସୁଦୀପ୍ତା ମିଶ୍ର, ଦୟାନିଧି ତ୍ରିପାଠୀ, ସନ୍ୟାସୀ ନାୟକ, ମାନସୀ ରଥ, ଶ୍ରେୟ ସମ୍ପଦା ମିଶ୍ର ଓ ପ୍ରୀତିକ୍ଷା ମହାପାତ୍ର ପ୍ରମୁଖ ନିଜର ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ପ୍ରତିଭା ଦାଶ ।
