ମୁରିବାହାଲ ଧନୁଯାତ୍ରା ମହୋତ୍ସବର ପଞ୍ଚମ ରଜନୀl
ମୁରିବାହାଲ,୨୧/୧୨/୨୫ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଧନୁଯାତ୍ରା ପଡ଼ିଆ ଠାରେ ଚାଲିଥିବା ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ରବିବାର ପଞ୍ଚମ ଦିବସରେ ପହଞ୍ଚିଛି । ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ତରୁଣ ପୋଡ଼ଙ୍କ ସଭାପତିତ୍ବରେ ଓ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ବଘାରଙ୍କ ସଂଯୋଜନାରେ ଅନୁଷ୍ଠିତ ମହାରାଜ କଂସଙ୍କ ରାଜଦରବାର ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ,ସମ୍ମାନିତ ଅତିଥି ଧୁମାଭଟା ସରପଞ୍ଚ ବନମାଳୀ ନାଏକ,ବ୍ରାହ୍ମଣୀ ୟୁଜିଏଚଏସ ପ୍ରଧାନଶିକ୍ଷକ ପ୍ରେମାନନ୍ଦ ଯୋଶୀ, ଗରଗଡବାହାଲ ସରପଞ୍ଚ ପ୍ରତିନିଧି ଉମାକାନ୍ତ ସୁନା, ବ୍ୟବସାୟୀ ଭବାନୀ ଶଙ୍କର ଶର୍ମା,ଟିଟିଲାଗଡ ବିକାଶ ସେନା ସଭାପତି ଟିଟିଲାଗଡ ଅମ୍ଳାନ ଷଡ଼ଙ୍ଗୀ, ଆଦିବାସୀ ଜିଲ୍ଲା ସଂଗଠକ ସୁରେଶ ଭୋଇ,ମୁରିବାହାଲ ବ୍ଳକ ଯାଦବ ସମାଜ ଉପସଭାପତି ତେଜୁରାମ ବାଗ, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଡଃ ନାରାୟଣ ମିଶ୍ର, କୁର୍ଲୁବାହାଲ ହାଇସ୍କୁଲ ସହକାରୀ ଶିକ୍ଷକ ଯଶୋବନ୍ତ ସାହୁ,ଲେବଡ଼ା ସରପଞ୍ଚ ପ୍ରତିନିଧି ନବକିଶୋର ହାତୀ, ପୂର୍ବତନ ସରପଞ୍ଚ ଡମ୍ବରୁଧର ମାଝି, ପୂର୍ବତନ ବିଟାବନ୍ଧ ସରପଞ୍ଚ ଅଗସ୍ତି ବାଗ,ମାଳିଶିରା ୟୁଜିଏଚଏସ ପ୍ରଧାନଶିକ୍ଷକ ପୁରୁଷୋତ୍ତମ ବାଗ,ମୁରିବାହାଲ ବ୍ଳକ ଆଦିବାସୀ ସଂଘ ସଭାପତି ରାଜିବ କୁଅଁର,ସମାଜସେବୀ ଚିତ୍ତରଞ୍ଜନ ବାଗ ଓ ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ସୁଦାମ ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ।

ପଞ୍ଚମ ରଜନୀରେ ମଗଧ ନଗରୀ ଆକ୍ରମଣ,କଂସ ମହାରାଜଙ୍କର ବିବାହ ଓ କାଳିୟ ଦଳନ,ପୁତନା ଓ ଷଢ଼ମଲ୍ଲ ନିହତ ନାଟକ ମଞ୍ଚସ୍ଥ ହୋଇଥିଲା। ଆଲେକ୍ସ ବାୱାଙ୍କ ସହ ହାଇସ୍କୁଲ ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ,ମୀନାବଜାର ଓ ଅପେରା ଯାତ୍ରା ଦରବାର ଦର୍ଶକଙ୍କ ମନକୁ ବେଶ୍ ଆନନ୍ଦିତ କରୁଥିବାରୁ କଂସ ଦରବାରରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। କମିଟି ସଂଯୋଜକ ସୁଧାଂଶୁ ପୋଡ଼ ଯାଦବ ଧନ୍ୟବାଦ ଦେଇଥିବା ବେଳେ କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି ।ସେହିପରି ଦିନବେଳା ଗୋପପୁରର ଗୋପ,ଗୋପାଲୁଣିମାନେ ମଥୁରାନଗରୀରେ ଦହି ବିକ୍ରି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।ସନ୍ଧ୍ୟାରେ ଶିବଶକ୍ତି କଳା ପରିଷଦ ବନବାହାଲ ପକ୍ଷରୁ ନିର୍ବାକ ନୃତ୍ୟ ନାଟିକା ଦେବୀ ଦାନବ ଧନୁଯାତ୍ରା ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା।
