ଯୁବା ସଙ୍ଗମ ପଞ୍ଚମ ଚରଣ ଓଡିଶାରେ ମହାରାଷ୍ଟ୍ରର ପ୍ରତିନିଧୀଙ୍କ ଏକ୍ସପୋଜର ଯାତ୍ରା ସମାପ୍ତ
ଜଟଣୀ, କେନ୍ଦ୍ର ସରକାରଙ୍କ ଉଚ୍ଚାଭିଳାଷୀ ସାଂସ୍କୃତିକ ତଥା ଶିକ୍ଷାଗତ ପ୍ରୟାସର ଏକ ଅଂଶ ଭାବରେ ‘ଏକ ଭାରତ ଶ୍ରଦ୍ଧା ଭାରତ ଯୁବା ସଙ୍ଗମ’ କାର୍ଯ୍ୟକ୍ରମ ଅଧୀନରେ ମହାରାଷ୍ଟ୍ରର ବିଭିନ୍ନ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ଓଡିଶାକୁ ଆସିଥିବା ୫୦ ଜଣ ଛାତ୍ରଛାତ୍ରୀଙ୍କ ଏକ ସପ୍ତାହ ବ୍ୟାପୀ ଏକ୍ସପୋଜର ଯାତ୍ରା ୫ ଡିସେମ୍ବର ୨୦୨୪ ରେ ଶେଷ ହୋଇଛି । ଓଡ଼ିଶାରେ ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ଏହି କାର୍ଯ୍ୟକ୍ରମ ଆୟୋଜନ ଏବଂ ପ୍ରତିନିଧିମାନଙ୍କ ଗସ୍ତର ଦାୟିତ୍ୱ ନିର୍ବାହ କରିଥିଲା ।ସେମାନଙ୍କୁ ବିଦାୟ ଦେବା ଉଦ୍ଦେଶ୍ୟରେ ୪ ଡିସେମ୍ବର ୨୦୨୪ ରେ ଏକ ଉଦଯାପନୀ ସମାରୋହ ଆୟୋଜିତ ହୋଇଥିଲା । ପ୍ରତିନିଧୀଙ୍କୁ ସମ୍ବୋଧିତ କରି ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ୍ କରମଲକର ଯୁବା ସଙ୍ଗମ ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି ଯେ ଏହା ମହାରାଷ୍ଟ୍ରର ଯୁବକମାନଙ୍କ ପାଇଁ ଓଡ଼ିଶାର ସଂସ୍କୃତି, ପରମ୍ପରା ଏବଂ ଓଡିଶାର ଜନସାଧାରଣଙ୍କ ବିଷୟରେ ଜ୍ଞାନ ଆହରଣ ନିମନ୍ତେ ଏକ ପ୍ଲାଟଫର୍ମ ପ୍ରଦାନ କରିଛି।ପ୍ରଫେସର ରାଜେଶ ରୋଶନ ଦାଶ, ଡିନ୍ (ଛାତ୍ର ବ୍ୟାପାର) ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଡକ୍ଟର ରେମ୍ୟା ରେମ୍ୟା ନୀଲାନଚେରି, ସଂଯୋଜକ, ଏକ ଭାରତ ଶ୍ରେଷ୍ଠ ଭାରତ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଅବସରରେ, ଛାତ୍ରଛାତ୍ରୀମାନେ ଓଡିଶା ଯାତ୍ରା ବିଷୟରେ ସେମାନଙ୍କର ଅନୁଭୂତି ବାଣ୍ଟିଥିଲେ । ପ୍ରଫେସର କରମଲକରଙ୍କ ଦ୍ୱାରା ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।ଓଡ଼ିଶାରେ ସେମାନଙ୍କ ରହଣି ସମୟରେ ସେମାନେ ଓଡିଶାର ରାଜ ଭବନ ପରିଦର୍ଶନ କରି ଓଡିଶାର ମାନ୍ୟବର ରାଜ୍ୟପାଳଙ୍କ ସହ ସାକ୍ଷାତ କରିଥିଲେ; ଭୁବନେଶ୍ୱର ଏବଂ ଏହାର ଆଖପାଖରେ ବିଭିନ୍ନ ଶିଳ୍ପ ଏବଂ କର୍ପୋରେଟ୍ ଅଫିସ୍; ପୁରୀ, କୋଣାର୍କ, ପିପିଲି, ରେଭେନ୍ସା ବିଶ୍ୱବିଦ୍ୟାଳୟ, ସାମୁଦ୍ରିକ ସଂଗ୍ରହାଳୟ, ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଏବଂ ଉଦୟଗିରି, ଧଉଳିଗିରି, ରାଜ୍ୟ ଆଦିବାସୀ ସଂଗ୍ରହାଳୟ, ଚନ୍ଦ୍ରଭଗା ବିଚ୍ ପରି ସାଂସ୍କୃତିକ ଏବଂ ଐତିହାସିକ ଗୁରୁତ୍ୱପୂର୍
