ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ
ରଘୁନାଥପୁର ୮/୨ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକ କୋରକୋରା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସ୍କୁଲ ଅଧ୍ୟକ୍ଷା ଯାଜ୍ଞସେନୀ ନାୟକ ସଭାପତିତ୍ବ କରିବା ସହିତ ସ୍କୁଲ ର ବିବରଣୀ ପାଠ କରିଥିଲେ। ବରିଷ୍ଠା ଶିକ୍ଷୟତ୍ରୀ ଶୁଭଲକ୍ଷ୍ମୀ ମହାପାତ୍ର ଓ ସୁଦୀପ୍ତା ପଟ୍ଟନାୟକ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଏନ୍ ସି ଆର ଟି ର ପୂର୍ବତନ ଡାଇରେକ୍ଟର ହୃଷୀକେଶ ସେନାପତି ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜଗତସିଂହପୁର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ରବି ବାଛେଟୀ ଙ୍କ ସହ ସମ୍ମାନୀତ ଅତିଥି ଭାବେ ଆସୋସିଏଟ ପ୍ରଫେସର ତନୟା ମହାନ୍ତି,ରଘୁନାଥପୁର ତହସିଲଦାର ରାଜଲକ୍ଷ୍ମୀ ନାୟକ,ନୋଡାଲ ପ୍ରିନ୍ସିପାଲ ନିବେଦିତା ପଟ୍ଟନାୟକ, ରେଭେନ୍ସା କଲେଜର ପୂର୍ବତନ ପ୍ରଫେସର ଲୁନା ସାମନ୍ତ, ରାଜନୀତିବିଜ୍ଞାନ ର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ନିରଞ୍ଜନ ବାରିକ ପ୍ରମୁଖ ଯୋଗ ଦାନ କରି ଶିକ୍ଷା ବ୍ୟବସ୍ଥାର ସୁଧାର ଆଣିବା ପାଇଁ ଶିକ୍ଷାନୁଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତବ୍ୟ ଦେବା ସହ ଭଲ ପାଠ ପଢି ଭଳ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। ଛାତ୍ର ଛାତ୍ରୀ ମାନେ ସଫଳତାର ଯେତେ ଶୀର୍ଷ ସ୍ଥାନକୁ ଯାଇ ଯେତେ ଉଚ୍ଚ ପଦବୀରେ ରହିଲେ ଦୁନିଆରେ ସବୁଠାରୁ ବେଶୀ ତାଙ୍କ ଗୁରୁ ହିଁ ଗର୍ବିତ ଅନୁଭଵ କରି ବେଶୀ ଖୁସି ହୁଅନ୍ତି ବୋଲି ରଘୁନାଥପୁର ତହସିଲଦାର ରାଜଲକ୍ଷ୍ମୀ ନାୟକ କହିଥିଲେ ଯାହାର ଜଳନ୍ତ ଉଦାହରଣ ସେହି ମଞ୍ଚରେ ଉପସ୍ଥିତ ସମ୍ମାନୀତ ଅତିଥି ଲୁନା ସାମନ୍ତଙ୍କ ଦୁଇ ଛାତ୍ରୀ ତହସିଲଦାର ରାଜଲକ୍ଷ୍ମୀ ନାୟକ ଓ ଆସୋସିଏଟ ପ୍ରଫେସର୍ ତନୟା ମହାନ୍ତି ଉପସ୍ଥିତ ଥିଲେ। ବିଭିନ୍ନ କ୍ଷେତ୍ରରେ କୃତୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ବେଷ୍ଟ୍ ଏକାଡେମୀ ଆୱାଡ ଭାବେ ଆଦ୍ୟାଶା ପ୍ରିୟଦର୍ଶିନୀ, ମନୋଜ ବେହେରା, ପ୍ରାଚୀ ମିଶ୍ର, ଦେବଶ୍ରୀ ମଣ୍ଡଳ, କ୍ରୀଡା ଚାମ୍ପିଅନ ଭାବେ ସୋନାକ୍ଷୀ ସ୍ବାଇଁ, ବେଷ୍ଟ ଷ୍ଟୁଡେଣ୍ଟ୍ ଭାବେ ଏସ, ପୁଣ୍ୟକାନ୍ତା ଦାଶ, ଵେଷ୍ଟ ହାଉସ ଭାବେ ବ୍ରାହ୍ମଣୀ ହାଉସ କ୍ୟାପଟେନ ଅଭିନବ ମହାନ୍ତି ଙ୍କୁ ଟ୍ରଫି ସହ ମାନ ପତ୍ର ପ୍ରଦାନ କରଯାଇଥିଲା। କଳା ଶିକ୍ଷୟତ୍ରୀ ସଂଜୀବନୀ ସ୍ବାଇଁ ଓ ଶିକ୍ଷୟତ୍ରୀ ସୁଭସ୍ମିତା ବେହେରା ପୁରସ୍କାର ବିତରଣରେ ସହଯୋଗ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଏହି ଉତ୍ସବରେ ସ୍କୁଲର ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ହୃଷୀକେଶ ସାହୁ, ପ୍ୟାରୀମୋହନ ସେନାପତି, ପ୍ରକାଶ କୁମାର ରାଉତ, ସ୍ମୃତି ରଞ୍ଜନ ସେଠୀ, ବିଶ୍ୱଜିତ୍ ସେଠୀ, ସନ୍ତୋଷ ଝୁଣ୍ଟିଆ, ବିଭୂତିଭୂଷଣ ଦାଶ,ସୁପ୍ରିୟା ପ୍ରଧାନ, ନମିତା ଖଣ୍ଡୁଆଳ, ପ୍ରଶାନ୍ତ କୁମାର ବେହେରା, ସତ୍ୟ ରଞ୍ଜନ ମହାନ୍ତି, ସନ୍ତୋଷ ଝୁଣ୍ଟିଆ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଉତ୍ସବ ସଫଳ ହେବା ପଛରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କ ପୂର୍ଣ୍ଣ ସହଯୋଗ ପାଇଁ ସ୍କୁଲ ଅଧ୍ୟକ୍ଷା ଯାଜ୍ଞସେନୀ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।
