ଶୈବ ପାଞ୍ଚାଳ ବିଶ୍ଵ ବ୍ରାହ୍ମଣ ପରିବାର ହିଞ୍ଜିଳିକାଟୁର ପ୍ରଥମ ବାର୍ଷିକ ଉତ୍ସବ
ହିଞ୍ଜିଳିକାଟୁ ୧/୦୩ /୨୬ ସ୍ଥାନୀୟ ଲକ୍ଷ୍ମୀନୃସିଂହ ମନ୍ଦିର ପରିସରରେ ରବିବାର ଦିନ ଶୈବ ପାଞ୍ଚାଳ ବିଶ୍ଵ ବ୍ରାହ୍ମଣ ପରିବାର ହିଞ୍ଜିଳିକାଟୁର ପ୍ରଥମ ବାର୍ଷିକ ଉତ୍ସବ ସଭାପତି ବ୍ରହ୍ମଶ୍ରୀ ଏସ. ଶଙ୍କର ପ୍ରସାଦ ଆଚାରୀଙ୍କ ତତ୍ତ୍ବାବଧାନରେ ପାଳନ ହୋଇଯାଇଛି । ଏଥିରେ ସ୍ଥାନୀୟ ସହରାଞ୍ଚଳର ୩୫ ଗୋଟି ପରିବାର ଏକତ୍ରିତ ହୋଇ ପରିବାର ଓ ସମାଜର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ସଭାପତିଙ୍କ ଅଭିଭାଷଣ ଓ ସମ୍ପାଦକୀୟ ବିବରଣୀ ସହ ସମ୍ପାଦକ ବ୍ରହ୍ମଶ୍ରୀ କେ ବାଲାରାଜୁ ଆଚାରୀ ପଠନ କରିଥିଲେ ।ମୁଖ୍ୟତଃ ପରବାର ମଧ୍ୟରେ ସମନ୍ୱୟ ,ସୁସମ୍ପର୍କ ,ସୁବିଧା ଓ ଅସୁବିଧା ସମୟରେ ସାହାଯ୍ୟ ସହଯୋଗ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଏଥି ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ଆଗିମୀ ଦିନର ଅଧିକରୁ ଅଧିକ ବୃକ୍ଷ ରୋପଣ କରାଯିବ ସହ ପରିବେଶ ସୁରକ୍ଷା ଓ ପ୍ରଦୃଷଣ ଉପରେ ବିଶେଷ ଗୁରୁତ୍ୱ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଉପ ସଭାପତି ବ୍ରହ୍ମଶ୍ରୀ କେଦାର ଆଚାରୀ,କୋଷାଧ୍ୟକ୍ଷ ବ୍ରହ୍ମଶ୍ରୀ ଜହଲାଲ ଆଚାରୀ ଯୁବ ସଂଗଠକ ବ୍ରହ୍ମଶ୍ରୀ ଏସ . ଶୁଶାନ୍ତ କୁମାର ଆଚାରୀ ପ୍ରମୁଖ ଯୋଗଦେଇଥିଲେ ।
