ସୁନାଖଣ୍ଡି ଗ୍ରାମସ୍ଥ “ତ୍ରିନାଥ ଠାକୁର ମହିଳା ସଂକୀର୍ତ୍ତନ ମଣ୍ଡଳୀ”ର ପ୍ରଥମ କଳା ପ୍ରଦର୍ଶନ ମହୋତ୍ସବ

ସିଙ୍ଗପୁର, ତା. ୦୨/୦୧ : ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମସ୍ଥ “ତ୍ରିନାଥ ଠାକୁର ମହିଳା ସଂକୀର୍ତ୍ତନ ମଣ୍ଡଳୀ”ର ପ୍ରଥମ କଳା ପ୍ରଦର୍ଶନ ମହୋତ୍ସବ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ମୂଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହିତ ମା’ମାନେ ସଂସ୍କୃତି ସମ୍ପର୍ଣ୍ଣା ହେଲେ ପରିବାର ସୁସଂସ୍କୃତ ହେବ ଓ ଦେଶର ପ୍ରଗତିରେ ବିଶେଷ ସହାୟତା କରିବ ବୋଲି ଉଦବୋଧନ ଦେଇଛନ୍ତି। ସଂକୀର୍ତ୍ତନ ମଣ୍ଡଳୀର ସଭାପତି ଈଶ୍ବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ ସଭାରେ ମହାସଂଘ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ, ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ଗୁରୁ ସୀମାଞ୍ଚଳ ସାହୁ, ସହଯୋଗୀ ନିର୍ଦ୍ଦେଶକ ଚନ୍ଦନ ସାହୁ, ଲୋକ ଗୀତ ଶିଳ୍ପୀ ଲଣ୍ଡା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ। ମହିଳା ସଂକୀର୍ତ୍ତନ ମଣ୍ଡଳି ତରଫରୁ ଗୁରୁ ବଳରାମ ବେହେରା ନିର୍ଦ୍ଦେଶିତ ସଂକୀର୍ତ୍ତନ କଳା ପ୍ରଦର୍ଶନ କରାଯାଇଥିଲା। ଏଥିରେ ବିଳାସ ପ୍ରଧାନ, ରଜନୀ ପ୍ରଧାନ, ସୁପ୍ରଭା ପ୍ରଧାନ ପ୍ରମୁଖ ୧୮ ଜଣ ମହିଳା କଳାକାର ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ବାବୁଲା ପ୍ରଧାନ, ବିଚିତ୍ର ପ୍ରଧାନ, ପ୍ରଫୁଲ୍ଲ ନାୟକ, ବନା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ପ୍ରଭାସିନୀ ପ୍ରଧାନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *