ସ୍ଵର୍ଗତଃ ହାରାମଣି ରାଉତରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୃତି ସଭା ଅନୁଷ୍ଠିତ.

ବରିଷ୍ଠ ଧର୍ମ ପରାୟଣ ମହିଳା ଓ ବିଶିଷ୍ଟ ସମାଜସେବୀ ସ୍ବର୍ଗତ ହାରାମଣୀ ରାଉତରାୟ ଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ରଘୁନାଥପୁର ସ୍ମୃତି ସଂସଦ ତରଫରୁ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି. ଜଗତ୍ସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଳକ ର ରଘୁନାଥପୁର ଗ୍ରାମ ପଞ୍ଚାୟତର ସିଦ୍ଧଦ୍ଭୂଇଁ ଗ୍ରାମର ବରିଷ୍ଠ ଧର୍ମ ପରାୟଣ ମହିଳା ବିଶିଷ୍ଟ ସମାଜସେବୀ ସ୍ବର୍ଗତ ହାରାମଣୀ ରାଉତରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୃତି ସଭା ରଘୁନାଥପୁର ରାଉତରାୟ ପରିବାର ତରଫରୁ ସାରଳା କମପ୍ଲେକ୍ସ ରେ ସଭାପତି ରମେଶ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ମାସ ପନ୍ଦର ତାରିଖ ସନ୍ଧ୍ୟା 7.30 ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବିଧାୟକ ଡଃ ରମାକାନ୍ତ ଭୋଇ , ରଘୁନାଥପୁର ପଞ୍ଚାୟତର ସରପଞ୍ଚ ସୁଚିତ୍ରା ପଣ୍ଡା ,ବ୍ଲକ ଉପାଧ୍ଯକ୍ଷ ଦେବାଶିଷ ତ୍ରିପାଠୀ ତଥା ଯୁବସମାଜ ସେବୀ ତପନ କୁମାର ଜେନା, ପ୍ରକାଶ କୁମାର ରାଉତ ଉପସ୍ଥିତ ହୋଇ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ପରିବାର‌ବର୍ଗ‌‌‌ ଙ୍କୁ ସମବେଦନା ଜ୍ଞାପନ ପୂର୍ବକ ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତ ହାରାମଣୀ ରାଉତରାୟ ଙ୍କ ନାତି ବିରଞ୍ଚି ରାଉତରାୟ ,ଜ୍ଯୋତିରଞ୍ଜନ ରାଉତରାୟ ଓ ରାଉତରାୟ ପରିବାର ତରଫରୁ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା କରିବା ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ‌ । ଜ୍ଯୋତିରଞ୍ଜନ ମହାପାତ୍ର ଶ୍ରୀମଦ୍ ଭଗବତ ଗୀତାପାଠ କରିଥିବା ବେଳେ ସଭାପତି ରମେଶ ଚନ୍ଦ୍ର ମହାପାତ୍ର ଶାନ୍ତି ପାଠ କରିଥିଲେ ‌। ଉକ୍ତ କାର୍ଯ୍ୟକ୍ରମ ରେ ନାତି ବିରଞ୍ଚି ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ରଘୁନାଥପୁର ବ୍ଲକ ରୁ ମଳୟ କୁମାର ପାଣିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *