ବନବିଭାଗ ଦ୍ୱାରା ଅଗ୍ନି ଦାଉରୁ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବନଖଣ୍ଡ ଅଧିକାରୀ ମାଣିକେଶ୍ବରୀ ପଟନାୟକ ଙ୍କ ଅଧକ୍ଷତାରେ ବନଖଣ୍ଡ କାର୍ଯ୍ୟାଳୟ ପରିସର ମଧ୍ୟ ରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ ପ୍ରୀତମ ଚନ୍ଦ୍ର ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିବା ବେଳେ ସହକାରୀ ମୁଖ୍ୟ ବନ ସଂରକ୍ଷକ ଶ୍ଵେତଲିନା ସାହୁ, ବନଖଣ୍ଡ ଅଧିକାରୀ ଯୁଧିଷ୍ଠିର ବେହେରା, ଅଗ୍ନିଶମ ବିଭାଗ ଅଧିକାରୀ ମଞ୍ଚସିନ ରହିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ ସୁରକ୍ଷା କେତେଦୂର ଆବଶ୍ୟକ ଗୋଟିଏ ଗଛ ଦ୍ୱାରା ଆମକୁ କଣ କଣ ପ୍ରାପ୍ତ ହେଉଅଛି ତାହା ଉପରେ ବନ ଅଧିକାରୀ ଙ୍କ ସହିତ ମୁଖ୍ୟ ଅତିଥି ଙ୍କ ଦ୍ୱାରା ବିଭିନ୍ନ ଗ୍ରାମ ରୁ ଆସିଥିବା ବନ ସଂରକ୍ଷଣ ସମିତି ର କାର୍ଯ୍ୟକର୍ତ୍ତା ଙ୍କୁ ବୁଝାଇଥିଲେ ତତ ସହିତ ଜଙ୍ଗଲ କୁ କିଭଳି ନିଆଁ ଦାଉରୁ ରକ୍ଷା କରାଯାଇ ପାରିବ ଏବଂ କିଭଳି ଅତିଶୀଘ୍ର ବନଖଣ୍ଡ ଅଧିକାରୀ ଙ୍କ ସହ ଯୋଗାଯୋଗ କରାଯାଇ ପାରିବ ସରକାରୀ ସ୍ତର ରେ ଜାରି ହୋଇଥିବା ଟୋଲ ଫ୍ରି ନମ୍ବର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ 26 ଗୋଟି ବନ ସଂରକ୍ଷଣ ସମିତି ର ସଦସ୍ୟ ଙ୍କ ମନବଳ ଦୃଢ଼ କରିବା ସହିତ ଉଚ୍ଚାହ ବୃଦ୍ଧି ସକାଶେ ସରକାରୀ ସ୍ତର ରେ ଆସୁଥିବା ବିଭିନ୍ନ ଉପକରଣ ବନଖଣ୍ଡ ଅଧିକାରୀ ମାଣିକେଶ୍ବରୀ ପଟନାୟକ, ଯୁଧିଷ୍ଠିର ବେହେରା, ସହକାରୀ ମୁଖ୍ୟ ବନ ସଂରକ୍ଷକ ଅଧିକାରୀ ଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା.। ଆଜିର ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗ ଦେବା ସହିତ ଜଙ୍ଗଲ ସୁରକ୍ଷା ନିମନ୍ତେ ଶପଥ ପାଠ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ବନ ବିଭାଗ ର ସମସ୍ତ ଅଧିକାରୀ ସହଯୋଗ କରିଥିବା ବେଳେ ଫୋରେଷ୍ଟର କୁଶତ କଂହର ଧନ୍ୟବାଦ ଅର୍ପଣ କରିଥିଲେ.।
