ମାଇ ହାତୀ ମୃତ୍ୟୁ, ସରଜମିନ ତଦନ୍ତ ଆରମ୍ଭ କଲା ବନ ବିଭାଗ
କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜ ଅନ୍ତର୍ଗତ ସରୁକୁଦର ଜଙ୍ଗଲ ନିକଟରୁ ଗତକାଲି ଆଉ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର ହୋଇଛି । ଗତ ୭ ତାରିଖରେ ତଳଚମ୍ପେଇରେ ଏକ ମାଈ ହାତୀର ମୃତ୍ୟୁ ଦେହ ଉଦ୍ଧାର ହୋଇଥିଲା । ଗତ ଏକ ମାସ ଭିତରେ ୪ଟି ହାତୀର ମୃତ୍ୟୁ ହୋଇ ସାରିଲାଣି । ଗତ ୭ ତାରିଖରେ ପାହାଡ଼ରୁ ଖସି ଏକ ହାତୀ ବନ ବିଭାଗ ମରିଥିବା କହୁଥିବା ବେଳେ ଗତକାଲି ପୁଣି ସେହି ଅଞ୍ଚଳ ରୁ ଆଉ ଏକ ମାଈ ହାତୀର ଦେହ ଠାବ ହେବା ଘଟଣାରେ ବନ ବିଭାଗର କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ଜୁଲାଇ ୧୯ ତାରିଖରେ ସେହି ବିଜେପି ରେଞ୍ଜର ବାଂଶପାଳ ଅଞ୍ଚଳରେ ଗୋଟିଏ ମା ଓ ଛୁଆ ହାତୀର ମୃତ୍ୟୁ ହୋଇଥିବା ବେଳେ ତାହାର କାରଣ ଏପର୍ୟ୍ଯନ୍ତ ବନ ବିଭାଗ ଖୋଜି ପାଇବାରେ ସଫଳ ହୋଇ ନାହିଁ। ତେବେ ଏକ ମାସ ମଧ୍ୟରେ ୪ଟି ହାତୀର ମୃତକୁ ନେଇ ଜିଲ୍ଲାବାସୀଙ୍କୁ ମର୍ମାହିତ କରିଛି । ଏହି ଅସନ୍ତୋଷ ପ୍ରକାଶ ପରେ ଆଜି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟିମ ଆସି ମାଇ ହାତୀ ମାରିଥିବା ସ୍ଥାନକୁ ପରିଦର୍ଶନରେ ଆସିଛନ୍ତି । ଏହି ଟିମରେ ପଶୁ ସଂପଦ ବିଭାଗ,ବନ ବିଭାଗର ଅଧିକାରୀ ମାନେ କିପରି ହାତୀ ମାରିବା ନେଇ ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି । ଏହି ତଦନ୍ତ ପରେ କେଉଁ କାରଣରୁ ହାତୀ ମାନଙ୍କ ମୂର୍ତ୍ୟୁ ହେଉଛି ଜଣାପଡିବ ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।
