ପୂର୍ତ୍ତ ବିଭାଗ ପକ୍ଷରୁ ବ୍ୟାସନଗର ପୌର ପରିଷଦ ସ୍ଥିତ ନହକା ଠାରୁ ଚାନ୍ଦମା ମା ହେଙ୍ଗୁଳା ରାସ୍ତାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ
ପୂର୍ତ୍ତ ବିଭାଗ ପକ୍ଷରୁ ବ୍ୟାସନଗର ପୌର ପରିଷଦ ସ୍ଥିତ ନହକା ଠାରୁ ଚାନ୍ଦମା ମା ହେଙ୍ଗୁଳା ରାସ୍ତାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଆଜି ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଆୟୋଜିତ ଶିଳାନ୍ୟାସ ଉତ୍ସବ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ ନଡ଼ିଆ ବାଡେଇ ଶିଳାନ୍ୟାସ କରିଥଲେ l ସୂଚନା ଅନୁଯାୟୀ ଏହି ରାସ୍ତାଟି ଅତ୍ୟନ୍ତ ଖରାପ ହୋଇ ଖାଲଖମାର ହୋଇଥିବା ଯୋଗୁ ସାଧାରଣ ଲୋକେ ଯାତାୟାତ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ l ଏଥିସହିତ ଏହି ରାସ୍ତାର ମରାମତି ପାଇଁ ଅନେକ ଦିନ ହେବ ସ୍ଥାନୀୟ ଲୋକେ ବିଧାୟକଙ୍କ ନିକଟରେ ଦାବି କରୁଥିଲେ l ଏହି ଦାବିକୁ ଦୃଷ୍ଟିରେ ରଖି ବିଧାୟକ ଶ୍ରୀ ଦାସନାୟକଙ୍କ ନିର୍ଦ୍ଦେଶ କ୍ରମେ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ରାସ୍ତାର ଶିଳାନ୍ୟାସ କରାଯାଇଛି l ଆଜି ର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ସହିତ ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ
