ବଡ଼ଚଣା ବିଧାୟକଙ୍କ କରକମଳରେ ବିଭିନ୍ନ କାର୍ଯ୍ୟର ଶୁଭ ଶିଳାନ୍ୟାସ.
ବଡ଼ଚଣା: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସୋଲର ପଞ୍ଚାୟତ ସୋଲର ଗ୍ରାମରେ ସୋଲର ପ୍ରାଥମିକ କୃଷି ସମବାୟ ସମିତିର ନୂତନ ମଣ୍ଡି ନିର୍ମାଣ,ଧବଳେଇ ମନ୍ଦିର ପୁନଃରୁଉଦ୍ଧାର ଓ ଭାଗବତ ଟୁଙ୍ଗୀ ଗୃହ ନିର୍ମାଣ କାର୍ଯ୍ୟର ଶୁଭ ଶିଳାନ୍ୟାସ ଆଜି ବଡ଼ଚଣାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମର କୁମାର ନାୟକଙ୍କ କରକମଳରେ ହୋଇଯାଇଛି।ଏହାପରେ ସୋଲର ପଞ୍ଚାୟତର ପୂର୍ବତନ ସରପଞ୍ଚ ନୀଳମଣି ରାଉତ ଙ୍କ ଅଧ୍ୟକ୍ଷତାରେ ଏକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ,ଓ ସମ୍ନାନିତ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି,ମହାବିନାୟକ ମଣ୍ଡଳ ସଭାପତି ମାନସ ରାଉତରାୟ,ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ,ଯୋଚିନ୍ଦ୍ର ନାୟକ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମାଜ ସେବୀ ନିରଞ୍ଜନ ସେନାପତି,ସୋଲର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ କ୍ଷେତ୍ରବାସୀ ବାରିକ,ସୋଲର ପଞ୍ଚାୟତ ସଭାପତି ସଞ୍ଜୟ ମହାପାତ୍ର,ଛତିଆ ପଞ୍ଚାୟତ ସମିତି ସଭ୍ୟ ଦୀପକ ସାହୁ,16 ନମ୍ବର ଜୋନ ମହିଳା ସଭାନେତ୍ରୀ ଜ୍ୟୋତ୍ସ୍ନା ରାଣୀ ପ୍ରଧାନ, ବିଶ୍ୱଜିତ ବିଶ୍ଵାଳ ଙ୍କ ସମେତ ବହୁ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ପରିଶେଷରେ ପାରିଆ ପଞ୍ଚାୟତ ସରପଞ୍ଚ ବେଣୁଧର ବିଶ୍ୱାଳ ଧନ୍ୟବାଦ୍ ଅର୍ପଣ କରିଥିଲେ.
