ହରିଣ ଟିକିରି ଗ୍ରାମରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଚତୁର୍ଥ ତମ ବାର୍ଷିକ ଯଜ୍ଞ ଉତ୍ସବ ଉଦଯାପିତ
ବଡ଼ଚଣା : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଶାଳପଡ଼ା ପଞ୍ଚାୟତ ଅନ୍ତର୍ଗତ ହରିଣ ଟିକିରି ଗ୍ରାମରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଚତୁର୍ଥ ତମ ବାର୍ଷିକ ଯଜ୍ଞ ଉତ୍ସବ 28ତାରିଖ ବୁଧବାର ଠାରୁ ଆରମ୍ଭ ହୋଇ 30ତାରିଖ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି। ଯଜ୍ଞର ରୀତି ନୀତି ଅନୁସାରେ ପଣ୍ଡିତ ରଙ୍ଗାଧର ପଣ୍ଡା, ଦିଗମ୍ବର ଦାସ,ମନୋଜ କୁମାର ପଣ୍ଡା,ନିରଞ୍ଜନ ଦାସ ଙ୍କ ଦ୍ଵାରା ପ୍ରଥମେ ଅଙ୍କୁରା ରୋପଣ,ବେଦ ପାଠ,କଳସ ଯାତ୍ରା,ସୂର୍ଯ୍ୟ ପୂଜା,ଗୋ ପୂଜା,ଷୋଡଶ ଉପଚାର ପୂଜା,ଗୀତା ପାଠ,ଓ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପାଦନ ହୋଇଥିଲା,ଏହି ଯଜ୍ଞ ଉତ୍ସବରେ ଅଜୟ ସାହୁ କର୍ତ୍ତା,ଓ ତାଙ୍କ ଧର୍ମ ପତ୍ନୀ କଲ୍ୟାଣୀ ସାହୁ କର୍ତ୍ତୀ ଭାବରେ ସମର୍ପିତ ମନୋଭାବ ରଖି ମହାପ୍ରଭୁଙ୍କ ଚରଣରେ ବିଶ୍ୱର ମଙ୍ଗଳ ନିମନ୍ତେ ଉପବେଶନ ହୋଇଥିଲେ,ପୂର୍ଣ୍ଣାହୁତି ଦିବସରେ ଆଖ ପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଏଠାକୁ ଆସି ଆଶିଷ ଭିକ୍ଷା କରିବା ସହ ପ୍ରସାଦ ସେବନ କରି ଘରକୁ ଫେରିଥିଲେ,ଏହି ଯଜ୍ଞ କାର୍ଯ୍ୟରେ ଗ୍ରାମର ସମସ୍ତ ଲୋକ ମାନେ ସାହାଯ୍ୟ ସହଯୋଗ କରିଥିଲେ.
