ମା ତାରାତାରିଣୀ ଙ୍କ ୪ର୍ଥ ପାଳି ଶେଷ l

ଅପେକ୍ଷା ଆର ବର୍ଷ ଚୈତ୍ର ମାସକୁ l ପୁରୁଷୋତ୍ତମପୁର,୩୧/୩(ମାଧବାନନ୍ଦ ଦାଶ )ଗଞ୍ଜାମ ଜିଲାର ପ୍ରସିଦ୍ଧ ଦେଵୀ ତଥା ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମାସର ମଙ୍ଗଳବାର ଯାତ୍ରାର ଉଦଯାପନ ଅତି ସୁବନ୍ଦୋବସ୍ତ ମଧ୍ୟରେ ସମାପନ ହୋଇଯାଇଛି l ଏହି ଶେଷ ପାଳିରେ ମା’ ତାରାତାରିଣୀ ଦୁଇଭଉଣୀ ବାସନ୍ତିକ ଦୂର୍ଗା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମା’ଙ୍କୁ ଚୈତ୍ରମାସର ଏହି ଶେଷ ମଙ୍ଗଳବାରରେ ଦର୍ଶନ କରି ଭକ୍ତମାନେ ଭାବବିହ୍ବଳ ହୋଇ ନିଜ ନିଜର ଶୁଭ ମନାସି ପୁଣି ଆରବର୍ଷ ଚୈତ୍ର ମାସ ମଙ୍ଗଳବାର କୁ ଅପେକ୍ଷା କରିଛନ୍ତି।ବହୁ ଦୂରଦୂରାନ୍ତରୁ ତଥା ବାହାର ଜିଲ୍ଲାରୁ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବା ନିମନ୍ତେ ମନ୍ଦିରକୁ ଛୁଟି ଆସିବା ସହ ନିଜ ମନସ୍କାମନା ପୂରଣ ହେବା ଲାଗି ମାନସିକଧାରୀମାନେ ନିଜ ନିଜ ଶିଶୁଙ୍କର ମୁଣ୍ଡନ କରାଇଛନ୍ତି। ଏହି ପାଳିରେ ଭୋର ସକାଳ ୨.୩୦ରୁ ମନ୍ଦିର ଦ୍ୱାର ଫିଟାଯାଇ ପାରମ୍ପରିକ ରୀତିନୀତି ଅନୁସାରେ ପ୍ରଥମେ ମଙ୍ଗଳ ଆଳତି, ଅବକାଶ, ମାର୍ଜଣା ,ସିଙ୍ଗାର,ପଞ୍ଚଶୁତ୍ର ଅଭିଶେକ ଆଦି ନୀତିକାନ୍ତିରେ ବିଭିନ୍ନ ପୂଜାର୍ଚ୍ଚନା କରାଯାଇ ମା’ ତାରାତାରିଣୀ ଦୁଇ ଭଉଣୀଙ୍କୁ ବାସନ୍ତିକ ଦୂର୍ଗା ବେଶରେ ସଜ୍ଜିତ କରାଯାଇଥିଲା l ଏହାସହ ଭୋର ୩ଟାରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭକ୍ତମାନେ ପାହାଡ଼ ପାଦଦେଶ ର ମୁଣ୍ଡନ ଶାଳାରେ ନିଜ ନିଜର ଶିଶୁଙ୍କୁ ମୁଣ୍ଡନ କରାଇ ଥିଲେ l ଭୋର ୪. ୩0 ରେ ସାହାଣ ମେଲା ହୋଇ ମା ଭକ୍ତଙ୍କୁ ଦର୍ଶନ ଦେଇଥିଲେ l ଶ୍ରଦ୍ଧାଳୁ ମାନେ ବିଭିର୍ଣ୍ଣ ରାସ୍ତାରେ ଯାଇ ମା ଙ୍କୁ ଦର୍ଶନ କରିବାର ଦେଖିବାକୁ ମିଳିଥିଲା l କେହି କେହି ୯୯୯ ପାହାଛ ଚଢି ତ ଆଉ କେହି ବସ ଓ ରୋପୱେ ମାଧ୍ୟମରେ ପାହାଡ ଉପର ଦେଇ ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।ମାଆଙ୍କ ଏହି ଯାତ୍ରାରେ ପ୍ରଶାସନିକ ସ୍ତରରେ ବହୁତ ବଡ ବଡ଼ କାର୍ଯ୍ୟ ପନ୍ଥା ଅବଲମ୍ବନ କରାଯାଇ ମାଆଙ୍କ ଯାତ୍ରାକୁ ସୁଚାରୁ ରୂପେ ସମାପନ କରିବାରେ ସମର୍ଥ ହୋଇଛନ୍ତି l ସବୁ ବିଭାଗର ଅଧିକାରୀ ମାନେ ସବୁ ପାଳିରେ ଉପସ୍ଥିତ ରହି ଭକ୍ତଙ୍କ ସବୁ ସମସ୍ୟାର ସମାଧାନ କରିବାରେ ସମର୍ଥନ ହୋଇଛନ୍ତି l ସେବାୟତ ମାନେ ବି ଭକ୍ତଙ୍କୁ ମାଆଙ୍କ ଦର୍ଶନ କରାଇବାରେ କୌଣସି ଅବହେଳା କରିନାହାନ୍ତି l ସେହିପରି ବିଭିର୍ଣ୍ଣ ସ୍ବେଛାସେବୀ ସେବି ସଂଗଠନ ମାନେ ଅହରହ ମା ଙ୍କ ସେବା କରିଛନ୍ତ�

Leave a Reply

Your email address will not be published. Required fields are marked *