କବି ଅଧ୍ୟାପିକା ଗୀନା ମହାପାତ୍ରଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ।
ଯାଜପୁର/ବ୍ୟାସନଗର ତା ୮.୧୨ବ୍ୟାସନଗର ସହରସ୍ଥିତ ବ୍ୟାସଦେବ ଟାଉନହଲ ଠାରେ ସ୍ବର୍ଗତ କବି ଅଧ୍ୟାପିକା ରୀନା ମହାପାତ୍ର ଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପଣ୍ଡିତ ଡ ସୂର୍ଯ୍ୟମଣି ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ଜିଲ୍ଲା ଲେଖକ ସମ୍ମିଳନୀର ସଭାପତି ଡ଼ ରୁଦ୍ରନାରାୟଣ ପୃଷ୍ଟି , ଉତ୍କଳ ସାହିତ୍ୟ ସମାଜ କଟକର ସାଧାରଣ ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ , ବରିଷ୍ଠ ସାହିତ୍ୟିକ ରମାକାନ୍ତ ଜେନା , ବିଦୁତଲତା ଦାସ, ଇଂ ଅଭୟ ସୂତାର,ପାଧ୍ୟାପକ ଶିବ ଚରଣ ମଝି , ଡ ରତିକାନ୍ତ ବରାଲ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ରୀନା ମହାପାତ୍ରଙ୍କ ସାହିତ୍ୟ କୃତି ଓ ସୃଷ୍ଟି ସମ୍ବନ୍ଧରେ ଆଲୋଚନା କରିଥିବା ବେଳେ କହିଥିଲେ କବିର ମୃତ୍ୟୁ ନାହିଁ ସେ ସବୁବେଳେ ଅମର। ଅନ୍ୟ ମାନଙ୍କ ମଧ୍ୟରେ ସାହିତ୍ୟିକ ଇଂ ନନ୍ଦ ମହାନ୍ତି, ପଦ୍ମାକର ଗୁରୁ, ହିରଣ୍ମୟୀ ମହାନ୍ତି,ଜୟନ୍ତୀ ଜେନା, ସନ୍ଧ୍ୟା ଘଡାଇ,କ୍ଷେତ୍ରବାସୀ ସାମଲ ପ୍ରଭାତସିହ୍ନା ପୂର୍ଣ୍ଣଚନ୍ଦ୍ର ଦାଶ ପ୍ରମୁଖ ସ୍ମୃତି ଚାରଣ କରିଥିବା ବେଳେ ପ୍ରାରମ୍ଭରେ ରୀନା ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମରଣିକା ସ୍ମୃତିରେ ରାନା ମହାପାତ୍ର ଲୋକାର୍ପଣ କରାଯାଇଥିଲା। ଉତ୍ସବ ଆରମ୍ଭରୁ କୁଳମଣି ଦତ୍ତଙ୍କ ସଭାପତିତ୍ବରେ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ଓ ଲବଙ୍ଗଲତା ପରିଡ଼ାଙ୍କ ସଂଯୋଜନାରେ ଶତାଧିକ କବି କବିତାପାଠ କରିଥିବା ବେଳେ ସ୍ମୃତିଲିପି ର ସଂପାଦକ କବି ଭୁବନ ମୋହନ ମହାନ୍ତି କବିତା ପାଠ ଉତ୍ସବକୁ ସଞ୍ଚାଳନ କରିଥିଲେ।କବି ଦୟାନିଧି ନାୟକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇଂ ସୁବାସ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। କବିଙ୍କ କନ୍ୟା ଶୁଭଲକ୍ଷ୍ମୀସାହୁ,କବି ବାଇଧର ମାଝି,ଯୋଗିଦ୍ର ନାଥ ସାହୁ,ନିର୍ମଳ ରାଉତ,ଅପର୍ଣ୍ଣା ମିଶ୍ର ,ଶରତ କୁମାର ଦାସ ପୁଷ୍ପ ଲତା ଜେନା। ନିତ୍ୟାନନ୍ଦ ଦାସ ମଧୁସୁଦନ ମହାପାତ୍ର ପଦ୍ମଲୋଚନ ମହାନ୍ତି ଇନ୍ଦ୍ରମଣି ମହାକୁଡ ନବଘନ ସ୍ଵାଇଁ ରଙ୍ଗବଲ୍ଲଭସହୁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।
