ପ୍ରିୟପତ୍ରର ବନ୍ଧୁମିଳନ
ପୁରୀ:୧୩/୯: ଆଜି ଅପରାହ୍ଣ ୫ଟା ସମୟରେ ବଳଗଣ୍ଡି ଭକ୍ତ ସାଲବେଗ ସଭାଗୃହରେ ପୁରୀରୁ ପ୍ରକାଶିତ ଦୈନିକ ସାହିତ୍ୟ ଫର୍ଦ୍ଦର ୧୦୦୧ ପୂର୍ତ୍ତି ଅବସରରେ ବନ୍ଧୁମିଳନ ସୁଶ୍ରୀ କ୍ରିଷ୍ଣା ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ବିଶିଷ୍ଟ ଅତିଥି ଭାବରେ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର, ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ଡକ୍ଟର ହେମନ୍ତ କୁମାର ଛୋଟରାୟ, ବିଜୟଲକ୍ଷ୍ମୀ ଦାଶ ମିଶ୍ର, ନିର୍ମଳ ମିଶ୍ର ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୟାନିଧି ତ୍ରିପାଠୀ, ରେଣୁକା ମିଶ୍ର, ସୁନନ୍ଦା ମହାନ୍ତି, ଅଶୋକ ମିଶ୍ର, ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ଗୈ।ରାଙ୍ଗ ଚରଣ ପରିଡ଼ା, ଡକ୍ଟର ସସ୍ମିତା ମିଶ୍ର, ସୁକାନ୍ତ ପଣ୍ଡା, କମଳ ଦାଶ, ଯୋଗେଶ୍ଵର ନାୟକ, ସତ୍ୟଭାମା ନାୟକ, ବିଜୟ କୁମାର ପଣ୍ଡା, ମହେଶ୍ୱର ଜେନା, ପ୍ରବାସିନୀ ମିଶ୍ର, ଜାନକୀ ବଲ୍ଲଭ ଦାଶ, ସାଧନା ପତ୍ରୀ, ବିକ୍ରମ କେଶରୀ ଚମ୍ପତ୍ତି, ଡକ୍ଟର ନୀଳିଦ୍ରୀନାଥ ଜଗଦେବ, ମହେନ୍ଦ୍ର ଦାଶ , କଳ୍ପନା ମିଶ୍ର, ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ,

ସୁବାସିନୀ ଶତପଥି, ଶର୍ମିଷ୍ଠା ଜେନା, ଗୁଣ୍ଡିଚା ବରାଳ, ପ୍ରତିଭା ଦାଶ, ମିନତି ମିଶ୍ର, ସନ୍ନ୍ୟାସୀ ନାୟକ, ପୈ।ର୍ଣ୍ଣମାସୀ ଦେବୀ, ପୂଜା ପ୍ରଧାନ, ମହେଶ୍ୱର ହାତୀ, ଅବନୀଶ ରଥ, ଦେବରାଜ ପ୍ରଧାନ, ମୀରା ମହାନ୍ତି ଯୋଗଦେଇ ପ୍ରିୟପତ୍ର ର ୩୮ ବର୍ଷର ସାହିତ୍ୟ ସେବା ସମ୍ପର୍କରେ ଆଲୋକପାତ କରିଥିଲେ। କେବଳ ପୁରୀ କାହିଁକି ଓଡିଶାର କୋଣ ଅନୁକୋଣରେ ପ୍ରିୟପତ୍ର ତାର ପରିଚୟ ସୃଷ୍ଟି କରିପାରିଛି ବୋଲି ମତପୋଷଣ କରିଥିଲେ। ପ୍ରାରମ୍ଭରେ ପଣ୍ଡିତ ସଦାଶିବ ମିଶ୍ର ମଙ୍ଗଳାଚରଣ ପାଠ କରିଥିଲେ। ସର୍ବାଣୀ ଦାସ ମଞ୍ଚ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମ୍ପାଦକ ବିପିନ ବିହାରୀ ଦଳାଇ ନିଜର ଅନୁଭବ ବାଣ୍ଟିବା ସହିତ ଉପସ୍ଥିତ ପ୍ରିୟପତ୍ର ପ୍ରେମୀଙ୍କୁ କୃତଜ୍ଞତା ଜଣାଇଥିଲେ।ଶେଷରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
