ବିଡିଓଙ୍କ ପ୍ରତିଶ୍ରୁତି ପରେ ଧାରଣା ରୁ ଉଠିଲେ ଗଣିଆ ପଞ୍ଚାୟତ ସମିତି ସଭ୍ୟ ।

ଗଣିଆ _ଗଣିଆ ପଞ୍ଚାୟତ ଅନ୍ତର୍ଗତ ତେଲିସାହି ୫ନ° ଓ୍ବାର୍ଡର ପଛପାଖ ଡ୍ରେନ ନିର୍ମାଣ ନିମନ୍ତେ ୨୦୨୪/୨୫ ଆର୍ଥିକ ବର୍ଷରେ ସିଏଫସି ପାଣ୍ଠିରୁ ୮୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା । କିନ୍ତୁ ୫ନ° ଓ୍ବାର୍ଡରେ କାର୍ଯ୍ୟ ନହୋଇ ବିଲ୍ ପଇଠ କରାଯାଇଥିବା ସମିତି ସଭ୍ୟ ଅଭିଯୋଗ କରିଥିଲେ । ଏପରିକି ଉକ୍ତ ବିଲ୍ ଫର୍ମରେ ୭୪ ହଜାର ୨୩୬ ଟଙ୍କା ବିଲ୍ ପଇଠ କରାଯାଇଥିବା ସେ ଅଭିଯୋଗ କରିଛନ୍ତିି । ଗତ ୨୮ ତାରିଖରେ ସେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ,ଗଣିଆ ବିଡ଼ିଓଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପତ୍ରରେ ସେ ୫ନ° ଓ୍ବାର୍ଡ ଡ୍ରେନ କାର୍ଯ୍ୟର କାର୍ଯ୍ୟାଦେଶ ସହିତ ବିଲ୍ ଫର୍ମର ନକଲ, ବିଲରେ ବ୍ୟବହାର କରାଯାଇଥିବା ଫଟୋ ଆଦି ସଂଲଗ୍ନ କରିଛନ୍ତି । ଯଦି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସେ ଧାରଣା ଦେବେ ବୋଲି ଅଭିଯୋଗରେ ଦର୍ଶାଇଥିଲେ । ତଦନ୍ତ  ନହେବାରୁ ୪ ତାରିଖ ଠାରୁ  ସେ ବ୍ଳକ ସମ୍ମୁଖରେ ଧାରଣାରେ ବସି ରହି ଥିଲେ । ଆଜି ଗଣିଆ ବି ଡି ଓ ଅଙ୍କୁର ଅଭିଳାଷ, ଅତିରିକ୍ତ ବିଡ଼ିଓ ରତନ ଲାଲ ଲୋହରା, ଉଭୟ ଧାରଣା ସ୍ଥଳରେ ପହଞ୍ଚି ଆଗାମୀ ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ହେବବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଏ ପ୍ରତିଶ୍ରୁତି ପାଇବା ପରେ ସମିତି ସଭ୍ୟ ଫକୀର ମୋହନ ଡାକୁଆ ଧାରଣା ରୁ ଓହରି ଛନ୍ତି। ତଦନ୍ତ ନହେଲେ ପୁନର୍ବାର ଧାରଣା ଦେବାକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *