ନିଖିଳ ଉତ୍କଳ ପାଟରା ସମିତିର ସାଧାରଣ ଅଧିବେଶନ ଉଦଯାପିତ ।
ପୁରୀ , ଶ୍ରୀକ୍ଷେତ୍ର ଠାରେ ତିନି ଧରି ନିଖିଳ ଉତ୍କଳ ପାଟରା ସମିତି ର ସଭାପତି ଡ଼ ରୁଦ୍ରନାରାୟଣ ପୃଷ୍ଟି ଙ୍କ ଅଧ୍ୟକ୍ଷତା ରେ ଚାଲିଥିବା 216ତମ ସାଧାରଣ ଅଧିବେଶନ ଗତକାଲି ସନ୍ଧ୍ୟାରେ ଉଦଯାପିତ ହୋଇଛି। ପୁରୀ ଲୋକସଭା ସଦସ୍ୟ ଡ଼ା,ସମ୍ବିତ ପାତ୍ର ପାଟରା ପରିବାର ର ହୋଇଥିବାରୁ ତାଙ୍କୁ ସମିତି ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା ।ପାଟରା ପରିବାର ରେ ଜନ୍ମଲାଭ କରି ସେ ନିଜକୁ ଧନ୍ୟ ମନେ କରନ୍ତି ବୋଲି ବକ୍ତଵ୍ୟ ରଖିବା ସହ,ସମସ୍ତଙ୍କ ସହିତ ରହି ସମସ୍ତଙ୍କ ବିକାଶ ପାଇଁ ସେ କାମ କରିବେ ବୋଲି ପ୍ରକାଶ କରିଥିଲେ ।

ଆଗାମୀ ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଯଥାକ୍ରମେ ସଭାପତି ଡ଼ ରୁଦ୍ରନାୟଣ ପୃଷ୍ଟି କାର୍ଯ୍ୟକାରୀ ସଭାପତି ଶ୍ରୀ ନାଥ ଖୁଣ୍ଟିଆ,ଉପସଭାପତି ସର୍ଵଶ୍ରୀ ସଞୟ କୁମାର ପାତ୍ର,ଆଲୋକ କୁମାର ସାହୁ,ନିହାର ରଞ୍ଜନ ସାହୁ,ବଲ୍ଲଭ ଚନ୍ଦ୍ର ସାହୁ,ଆର୍ତ୍ତତ୍ରାଣ ପାତ୍ର,ସମ୍ପାଦକ ସର୍ଵଶ୍ରୀ ମାୟାଧର ଦଲାଲ,ଭୁବନାନନ୍ଦ ମହାନ୍ତି,ସୈଉଭାଗ୍ୟ କୁମାର ପାତ୍ର,ପୂର୍ଣଚନ୍ଦ୍ର ସାହୁ ,ପ୍ରେମାନନ୍ଦ ସୁବୁଦ୍ଧି କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ପାତ୍ର ସମୀକ୍ଷକ କୃଷ୍ଣଚନ୍ଦ୍ର ପାତ୍ର ନୂତନ କର୍ମକର୍ତ୍ତା ମାନଙ୍କୁ ପଞ୍ଚଅଧିକାରୀ ବର୍ଗ ଙ୍କ ମଧ୍ୟରୁ ବରିଷ୍ଠ ମଦାର ଧରଣୀ ଧର ବେହେରା କୁଳ ଦେବତା ଶ୍ରୀ ଵଳଦେଵ ଜୀୟୁ ଙ୍କ ନାମ ରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।ଶପଥ ପାଠ କାର୍ଯ୍ୟକ୍ରମ କୁ ଦ୍ଵିତୀୟ ମୁନୀଵ ଅଜୟ କୁମାର ଚୈଉଧୁରୀ ତୃତୀୟ ମୁନୀଵ ଶେଷଦେବ ବେହେରା ଓ ଅଧିକାରୀ ଙ୍କ ପ୍ରତିନିଧି ଶିବ ପ୍ରସାଦ ସାହୁ ସଞ୍ଚାଳନ କରିଥିଲେ ।ଏହି ସାଧାରଣ ଅଧିବେଶନ ଓ ଶପଥ ପାଠ ଉତ୍ସବ ରେ ସମଗ୍ର ରାଜ୍ୟର ଚଉଦ ଗୋଟି ଚକଲା ରୁ ସାତଶହ ପ୍ରତିନିଧି ଯୋଗ ଦେଇ ଥିଲେ ।ଦ୍ଵିତୀୟ ଥର ପାଇଁ ସଭାପତି ଭାବେ ମନୋନୀତ ହୋଇଥିବା ଡ଼ ରୁଦ୍ରନାରାୟଣ ପୃଷ୍ଟି ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ନୂତନ ସାଧାରଣ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।
