ଯା ଦେବୀ ସର୍ବ ଭୂତେଷୁ ମାତୃରୂପେଣମ ସଂସ୍ଥିତା

ଆଜି ହେଉଛି ମାଆ ଦୁର୍ଗତି ନାଶିନୀ, ଦୁର୍ଗତିନାଶିନୀ ମା ଜଗଦମ୍ବେ, ଶଙ୍କରୀ ଶକ୍ତି, ଭକ୍ତି ମୁକ୍ତି, ସିଦ୍ଧି ଦାତ୍ରୀ ଙ୍କ ପବିତ୍ର ମହାଷ୍ଟମୀ ପୂଜା । ଶରତ କାଳୀନ ମାଆ ଙ୍କର ଧରାବତରଣରେ ସବୁରି ହୃଦୟରୁ ନିଶ୍ଚିହ୍ନ ହୋଇ ଯାଉ ସମସ୍ତ ତିକ୍ତତା ଆଉ ହୃଦୟରେ ପରିସ୍ଫୁଟ ହେଉ ଅସୀମ ଆନନ୍ଦ, ଦୟା, କ୍ଷମା, କର୍ତ୍ତବ୍ୟର କୁସୁମ |ଏହି ଶୁଭ ଅବସରରେ ସପରିବାର ଖୁସିରେ, ସୁସ୍ଥରେ ରୁହନ୍ତୁ, ଏତିକି ମାଆଙ୍କ ପାଦପଦ୍ମ ରେ ଗୁହାରୀ କରି ଶୁଭ ସକାଳର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ମା’ ଜଗତଜନନୀ ଆପଣଙ୍କ ଚଲାପଥ କୁସୁମିତ କରନ୍ତୁ, ସୁସ୍ଥ ଓ ନିରୋଗ ଜୀବନଯାପନରେ ସହାୟ ହୁଅନ୍ତୁ, ଏତିକି ପ୍ରାର୍ଥନା ତାଙ୍କ ନିକଟରେ ମୋର ।ଜୟ ମାଆ ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ ଦଶଭୁଜା l

Leave a Reply

Your email address will not be published. Required fields are marked *