ସରକାର ଙ୍କ ତରଫରୁ ଧାର୍ଯ୍ୟ ମୂଲ୍ୟ ଠାରୁ ଉଚ୍ଚ ଦର ରେ ୟୁରିଆ ସାର ବିକ୍ରି କରୁଥିବା ଅଭିଯୋଗ ହୋଇଛି

– ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଦାଇଁଲୋ ସେବା ସମବାୟ ସମିତି ର ସମ୍ପାଦକ ଗଗନ ବିହାରୀ ସ୍ବାଇଁ ସରକାର ଙ୍କ ତରଫରୁ ଧାର୍ଯ୍ୟ ମୂଲ୍ୟ ଠାରୁ ଉଚ୍ଚ ଦର ରେ ୟୁରିଆ ସାର ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏନେଇ ଦାଇଁଲୋ ସେବା ସମବାୟ ସମିତି ଅଧିନସ୍ଥ ବିଭିନ୍ନ ଗ୍ରାମର ଚାଷୀ ମାନେ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ୟୁରିଆ ସାର ବସ୍ତା ସରକାର ଙ୍କ ଧାର୍ଯ୍ୟ ମୂଲ୍ୟ 266 ଟଙ୍କା ଥିବାସ ବେଳେ 350 ଟଙ୍କାରେ ବିକ୍ରୀ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଚାଷୀ ମାନେ ଶୋଷଣ ର ଶିକାର ହେଉଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀ ମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *