ଦକ୍ଷିଣକାଳୀଙ୍କ ମହାଯଜ୍ଞ ଧୁମଧାମରେ ପାଳିତ

ପୁରୁଷୋତ୍ତମପୁର: ୧୪/୩( )ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳଶରଖଣ୍ଡି ଗ୍ରାମରେ ଗତ ୧୦ ତାରିଖ ରୁ ଭକ୍ତିମୟ ପରିବେଶ ମଧ୍ୟରେ ମା ଦକ୍ଷିଣକାଳୀଙ୍କ ମହା ଯଜ୍ଞ ଧୁମଧାମରେ ପାଳିତ ହେଉଛି। ଏହି ପବିତ୍ର ଯଜ୍ଞ ଉପଲକ୍ଷେ ମନ୍ଦିର ପରିସରରେ ପ୍ରତିଦିନ ସକାଳୁ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ମନ୍ତ୍ରୋଚ୍ଚାରଣ ଚାଲିଛି। ଅଞ୍ଚଳର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରି ଯଜ୍ଞରେ ଅଂଶଗ୍ରହଣ କରୁଛନ୍ତି।କିମ୍ବଦନ୍ତୀ ଅନୁଯାୟୀ ଜଉଗଡ଼ ର ଅଧିଷ୍ଠାତ୍ରୀ ଦେଵୀ ମା ଦକ୍ଷିଣକାଳୀ ଆସି ଜଳସର ଖଣ୍ଡି ଗ୍ରାମରେ ବିରାଜମାନ ହୋଇଛନ୍ତି l ଏଠାକାର ବିଶେଷତ୍ୱ ହେଲା ମା ଦକ୍ଷିଣ ଦିଗ ହୋଇ ପୂଜା ପାଉଛନ୍ତି l ତେଣୁ ଭକ୍ତ ମାନେ ନିଜ ମନସ୍କାମନା ପୂରଣ କରିବାକୁ ଆସି ଏଠାରେ ହୋମ ଯଜ୍ଞ କରିଥାନ୍ତି l ଏହି ପୀଠ ସ୍ଥଳୀରେ ବହୁ ବିଦ୍ୱାନ ପଣ୍ଡିତ ମାନେ ତନ୍ତ୍ର ସାଧନା କରୁଛନ୍ତି l ଏହି ଯଜ୍ଞ ଦୀର୍ଘ ୩୦ବର୍ଷ ପରେ ଏଠାରେ ଅନୁଷ୍ଠିତ ହେଉଛି l ଏହି ମହା ଯଜ୍ଞ ଅବସରରେ ଭକ୍ତମାନଙ୍କ ପାଇଁ ପ୍ରସାଦ ବଣ୍ଟନ ବ୍ୟବସ୍ଥା ମଧ୍ୟ କରାଯାଇଛି। ସନ୍ଧ୍ୟା ସମୟରେ ଭଜନ, କୀର୍ତ୍ତନ ଓ ଦୀପାରାଧନା କାର୍ଯ୍ୟକ୍ରମ ହେଉଥିବାରୁ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ମଗ୍ନ ହୋଇପଡ଼ିଛି।ଯଜ୍ଞ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯଜ୍ଞ କମିଟି ସଦସ୍ୟମାନେ ଓ ସ୍ଥାନୀୟ ଗ୍ରାମବାସୀମାନେ ସକ୍ରିୟ ସହଯୋଗ କରୁଛନ୍ତି। ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ଏହି ଧାର୍ମିକ କାର୍ଯ୍ୟକ୍ରମ ଚାଲିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।ଏହି ଯଜ୍ଞ କୁ ସଫଳ କରିବା ପାଇଁ ପୋଲିସ ପ୍ରଶାସନ ମଧ୍ୟ ଲାଗିପଡିଛନ୍ତି l ମାଁ ଙ୍କ ପାଖରେ ପୂଜାପାଠ କଲେ ଭକ୍ତଙ୍କ ମନ ବାଞ୍ଛା ପୂରଣ ହୁଏ ବୋଲି ପ୍ରଗାଢ଼ ବିଶ୍ୱାସ ରହିଛିl ଏହି ଯଜ୍ଞ କୁ ଆହୁରି ଭକ୍ତିମୟ କରିବା ପାଇଁ ଗ୍ରାମବାସୀ ମାନେ ମିନା ବଜ଼ାର ସାଙ୍ଗକୁ ଦୋଳି, ନାଚ ଗୀତ, ସହିତ ବିଭିନ୍ନ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରତିଦିନ ସନ୍ଧ୍ୟାରେ କରାଉଛନ୍ତି l

Leave a Reply

Your email address will not be published. Required fields are marked *