ବିଶ୍ଵଶାନ୍ତି ମହାଯଜ୍ଞ ଜଗନ୍ନାଥଙ୍କ ଦାରୁକ୍ଷେତ୍ର ଦଧିମାଛଗାଡ଼ିଆ
ବିଶ୍ଵଶାନ୍ତି ମହାଯଜ୍ଞ ଜଗନ୍ନାଥଙ୍କ ଦାରୁକ୍ଷେତ୍ର ଦଧିମାଛଗାଡ଼ିଆ,ଖୋର୍ଦ୍ଧା। ଏହି ସ୍ଥାନ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଦାରୁ କ୍ଷେତ୍ର ଖୋର୍ଦ୍ଧାର ଦଧିମାଛଗଡିଆର ଜଗନ୍ନାଥ ମନ୍ଦିର । କାକଟ ପୁରର ମା ମଙ୍ଗଳାଙ୍କ ସ୍ବପ୍ନାଦେଶରେ ୧୯୯୬ ମସିହାରେ ଖୋର୍ଦ୍ଧା ନିକଟସ୍ଥ ଦଧିମାଛ ଗାଡ଼ିଆରୁ ମହାପ୍ରଭୁ ଜଗନ୍ନାଥଙ୍କ ଦାରୁ ପ୍ରାପ୍ତ ହେଇ ଥିଲା। ମହାପ୍ରଭୁଙ୍କ ଏହି ପବିତ୍ର ଦାରୁ ବୃକ୍ଷ ସ୍ଥାନାନ୍ତର ପରେ ବିଶ୍ଵଶାନ୍ତି ମହାଯଜ୍ଞ ହୋଇ ୧୯୯୮ ମସିହାରୁ ସେହି ସ୍ଥାନରେ ମହାପ୍ରଭୂ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ହୋଇ ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଅନ୍ୟ ଦେବା ଦେଵୀ ମାନେ ପୂଜା ପାଇ ଆସୁଛନ୍ତି। ପୁରୀ ଶ୍ରୀମନ୍ଦିର ରୀତି ନୀତି ଅନୁସାରେ ଏହି ପବିତ୍ର ଦାରୁକ୍ଷେତ୍ର ଦଧିମାଛଗାଡ଼ିଆରେ ମହାପ୍ରଭୁ ପୂଜା ପାଇ ଆସୁଛନ୍ତି। ସ୍ଥାନୀୟ ଅଞ୍ଚଳ ଓ ଦୂର ଦୁରାନ୍ତରୁ ଆସିଥିବା ବହୁ ଭକ୍ତଙ୍କ ସମାରୋହରେ ପ୍ରତି ବର୍ଷ ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା ହୋଇ ଆସୁଛି। ଏହି ପବିତ୍ର ଜଗନ୍ନାଥଙ୍କ ମନ୍ଦିର ଦଧିମାଛ ଗାଡ଼ିଆରେ ପ୍ରତି ବର୍ଷ ବୈଶାଖ ମାସ ଶୁକ୍ଳ ଏକାଦଶୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ବିଶ୍ଵଶାନ୍ତି ମହାଯଜ୍ଞ ଓ ପ୍ରାସାଦ ସେବନ ହୋଇ ଆସୁଅଛି। ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ସେବକ ମାନସ ରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୧୯୯୮ ମସିହାରୁ ଏପର୍ଯ୍ୟନ୍ତ ସମସ୍ତ ନୀତି କ୍ରାନ୍ତି ହୋଇ ଆସୁଛି।ବିଶ୍ଵଶାନ୍ତି ମହାଯଜ୍ଞରେ ମାନସିକ ଧାରୀ ବ୍ରତୀ ମାନଙ୍କ ଦ୍ଵାରା କଳସ ଯାତ୍ରା ହୋଇ ଆସୁଛି । ୪ ଦିନ ବ୍ୟାପି ପ୍ରାତଃ କାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଯଜ୍ଞଶାଲା ରେ ଯଜ୍ଞ କାର୍ଯ୍ୟ ହୋଇ ଆସୁଛି। ବିଶ୍ଵଶାନ୍ତି ମହାଯଜ୍ଞର ୪ ଦିନ ବ୍ୟାପି ସନ୍ଧ୍ୟା ଆଳତୀ ପରଠାରୁ ରାତ୍ର ଆଳତୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଜଗନ୍ନାଥ ଭଜନ, ଚଣ୍ଡୀପାଠ, ହନୁମାନ ଚାଳିଶା, ରାମଲୀଳା ହୋଇ ଆସୁଛି। ଚତୁର୍ଦ୍ଦଶୀ ଦିନ ତଥା ତା.୧୧/୦୫ ରବିବାର ଦିନ ଦଧିମାଛଗାଡ଼ିଆ ଜଗନ୍ନାଥ ମନ୍ଦିରରେ ଅପରାହ୍ନ ୪ଘ.୩୦ମି ପୂର୍ଣ୍ଣାହୂତିରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନେ ଯଜ୍ଞକୁଣ୍ଡରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହିତ ପ୍ରାସାଦ ସେବନ ପାଇଁ ମନ୍ଦିର ପରିଚାଳନା କମିଟିର ସଭାପତି ସେବକ ମାନସ ରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି।
