ପବିତ୍ର ଇଦୁଲ ଫିତର ପର୍ବ ପାଳିତ

ବଡ଼ଚଣା : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ,ଦର୍ପଣୀ,ବାତୋ, ଚାରିନଙ୍ଗଳ,ପତରାଜପୁର,ନଳୀପୁର, ଭରତପୁର,କତିକଟା,ଧାନମଣ୍ଡଳ, ସୂଂଗୁଡା ଆଦି ଗ୍ରାମରେ ବସବାସ କରୁଥିବା ମୁସଲିମ ସମ୍ପ୍ରଦାୟ ଲୋକେ ମାନେ ଶନିବାର ଇଦ ପର୍ବ ପାଳନ କରିଛନ୍ତି l ପ୍ରଥମେ ସମସ୍ତେ ନୀତିକାର୍ଯ୍ୟ ସମ୍ପନ୍ନ କରିବା ପରେ ସକାଳ 8ଘଟିକା ବେଳେ ପ୍ରତି ଗ୍ରାମରେ ଥିବା ଇଦଗା ପଡିଆରେ ନୂତନ ବସ୍ତ୍ର ପରଧ୍ୟାନ କରି ସମସ୍ତେ ଏକତ୍ରିତ ହୋଇ ସାମୁହିକ ଭାବେ ନମାଜ ପାଠ କରି ଆଲ୍ହାଙ୍କ ନିକଟରେ ପାର୍ଥନା କରିଥିଲେ l ସୂଂଗୁଡା ଇଦଗାରେ ନମାଜ ପାଠ ହଜରତ ହାଫିଜ ସାକିର ଅଲି ନମାଜ ପାଠ କରି ଦୁଆ କରିଥିଲେ ଉକ୍ତ ନମାଜ ଓ ଦୁଆରେ ସହସହ ଲୋକେ ସାମିଲ ହୋଇଥିଲେ l ପରେ ପରସ୍ପର ମଧ୍ୟରେ ଗଲେ ସେ ଗଲା ମିଲାକର କନ୍ଧେ ସେ କନ୍ଧା ହାତ ସେ ହାତ ମିଲାକର ଇଦ ମୁବାରକ ଜଣାଇଥିଲେ l ସେହିପରି ଜନ୍ହ ଦେଖି ଏକ ମାସ ରୋଜା ବା ଓଷା ଉପବାସ କରିବା ପରେ ପୁଣି ଜନ୍ହ ଦେଖି ବା ଇଦ କା ଚାନ୍ଦ ଦେଖିବା ପରେ ଇଦ ପାଳନ କରାଯାଏ l ଏହି ମାସରେ ଦାନ ଧର୍ମ ଅଧିକା ଦେଖିବାକୁ ମିଳେ ଯାହାକି ଯକାତ,ଫିତରା ଆଦି ଆକାରରେ ଦାନ କରାଯାଇଥଏ l ପ୍ରତି ବର୍ଷପରି ଚଳିତ ବର୍ଷ ଏହି ଭାଇଚାରା ଇଦ ପର୍ବ ଅତି ସୁନ୍ଦର ଭାବେ ଶାନ୍ତି ଶୁଙ୍ଖଳା ସହ ବଡ଼ଚଣା ବ୍ଲକର ବସବାସ କରୁଥିବା ସମସ୍ତ ମୁସଲିମ ବସ୍ତିମାନଙ୍କରେ ପାଳିତ ହୋଇଯାଇଛି l ବଡ଼ଚଣା ବିଧାୟକ ଅମର କୁମାର ନାୟକ ବଡ଼ଚଣାର ସମସ୍ତ ମୁସଲିମ ସମ୍ପ୍ରଦାୟ ଲୋକ ମାନଙ୍କୁ ଇଦ ମୁବାରକ ଜଣାଇଛନ୍ତି ସେହିପରି ସରପଞ୍ଚ ଅଞ୍ଜୁଲତା ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ପ୍ରିତମ ନାୟକ ଭାଜପା ଯାଜପୁର ଜିଲ୍ଲା ଉପ ସଭାପତି ପ୍ରମୋଦ କୁମାର ଜେନା ମଣ୍ଡଳ ସଭାପତି ବିମଳ ପ୍ରସନ ପ୍ରଧାନ ଯୁବ ସାମ୍ବାଦିକ ତଫିର ଉଦ୍ଦିନ ଖାନ ପ୍ରମୁଖ ଏହି ଇଦ ପର୍ବରେ ସାମିଲ ହୋଇ ସମସ୍ତଙ୍କୁ ଇଦ ମୁବାରକ ଜଣାଇଥିଲେ l

Leave a Reply

Your email address will not be published. Required fields are marked *